ଜିଲ୍ଲା ଆଦିବାସୀ ସମାଜ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ ଗାଇଡଲାଇନ ମଧ୍ୟରେ ରାୟଗଡ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଆଜି ବିଶ୍ୱ ଆଦିବାସୀ ଦିବସ ଆଡମ୍ବରରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ଅଂଚଳରୁ ଆଦିବାସୀ ସଂପ୍ରଦାୟ ଲୋକେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଆଦିବାସୀ ମନ୍ତ୍ରୀ ଲାଲବିହାରୀ ହିମିରିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ପୂର୍ବତନ କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା, କାଳୀରାମ ମାଝି, ଅପାଲାସ୍ୱାମୀ କାଡ୍ରକା, ଶ୍ରୀମତି ଅନୁସୂୟା ମାଝି, ଶ୍ରୀମତି ବିଦୁଲତା ହୁଇକା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।ବିଶ୍ୱ ଆଦିବାସୀ ଦିବସ ପାଳନ ନିମନ୍ତେ କାର୍ଯ୍ୟକ୍ରମର ଆବାହକ ଭାବେ ଅଙ୍ଗଦ କୁଟ୍ରୁକା ଓ ସହ ଆବାହକ ଭାବେ ଜଳନ୍ଧର ପୁଶିକା, ବେଣୁଧର ଚୈାଧୁରୀ ଦାୟିତ୍ୱ ବହନ କରି ସୂଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରପ୍ରସାଦ ହେପ୍ରୁକା, ମାଦାରାଓ କଣ୍ଡାଗରୀ, ଚକ୍ରଧର ବିଡିକା, ତପନ ପେଦେଂଟି, ଶମ୍ବେୟା କଣ୍ଡାଗରୀ ଓ ଶ୍ରୀନିବାସ ତାଡିଙ୍ଗି ପ୍ରମୁଖ କାର୍ଯ୍ୟ ସଂପାଦନ କରିଥିଲେ ।

Udyog Nursery
Udyogi Nursery

ସେହିପରି କାର୍ଯକ୍ରମରେ ମୁଖ୍ୟ ବକ୍ତା ଭାବେ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଭାଷାର ମହନତା ଓ ସଂରକ୍ଷଣ ଏବଂ ଆଧୁନିକତାକୁ ତାଳ ଦେଇ ଚାଲିବା ସଙ୍ଗେ ସଙ୍ଗେ ମୂଳତ୍ୱକୁ ନ ଭୁଲିବା ପାଇଁ ଆହ୍ୱନ କରିଥିଲେ । ଏଥିସହିତ ଯୋଗ ଦେଇଥିବା ଅନ୍ୟ ଅତିଥିମାନେ ମଧ୍ୟ ଆଦିବାସୀ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ସଂପ୍ରଦାୟର ଏକତା, ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱ ଦେଇ ନିଜ ନିଜ ମତ ଉପସ୍ଥାପନା କରିଥିଲେ । ପରିଶେଷର ଆଦିବାସୀ ସମାଜର ସହ ଆବାହକ ଶ୍ରୀ ପୁଶିକା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଦିବାସୀ ଭାଇଭଉଣୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଦିବସ ପାଳନ ଅବସରରେ ସକାଳେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.