ବାଲ୍ ଗୋପାଲ୍ ସେବା ନିକେତନରେ ୭୫ତମ ସ୍ବାଧୀନତା ଦିବସ ପାଳନ

ଭବାନୀପାଟଣା: ବାଲ୍ ଗୋପାଲ୍ ସେବା ନିକେତନ ଭବାନୀପାଟଣାଠାରେ ୭୫ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପ୍ରଭାତଫେରି ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଵିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ. ସଞ୍ଜୟ କୁମାର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରି ଶିଶୁ ମାନଙ୍କୁ ରାଷ୍ଟ୍ର ପ୍ରେମରେ ଉଦବୁଦ୍ଧ ହେବା ସହ କରୋନା ମହାମାରୀ ଦ୍ବାରା ଯେପରି ଶିକାର ନ ହେବା ସେଥିପାଇଁ ସତର୍କ କରାଇ ଥିଲେ। ଏଥିରେ ସ୍କାଉଟ ଦଳ, ସିଭିଲିଆନ ଦଳ ଏବଂ ଘୋଷ ଦଳ , ଅନ୍ତେବାସୀ କୁମୁଦ ଚନ୍ଦ୍ର ମାଝୀଙ୍କ ନେତୃତ୍ବରେ ପରେଡ, ମାର୍ଚ୍ଚପାଷ୍ଟ ଏବଂ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଅପରାହ୍ନରେ ସ୍ଵାଧୀନତା ଦିବସ ବିଶେଷାଙ୍କ ଏକ ଚିତ୍ରକଳା ପ୍ରଦର୍ଶନୀ ସଭା, ପୁରସ୍କାର ବିତରଣ ଏବଂ ଦେଶ ଭକ୍ତି ଆଧାରିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାପେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗୋପବନ୍ଧୁ ବେହେରା, ମୁଖ୍ୟ ବକ୍ତା ଭାବେ ଶିଶୁ ମଙ୍ଗଳ ସମିତି ସଦସ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସୁରକ୍ଷା ଅଧିକାରୀ ବିକାଶ ରଞ୍ଜନ କର ଯୋଗଦାନ କରିଥିଲେ। ସଭାରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲେ । ଜେକେ ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର୍ , ଭୁବନେଶ୍ୱର ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଅନୁଷ୍ଠାନର ଅନ୍ତେବାସୀ ଅଜିତ କୁମାର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ତେବାସୀ ଯୋଗେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ତେବାସୀ ଶ୍ରୀମାନ ମଙ୍ଗଳ ନାଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ମାନେ ପାରମ୍ପିକ ସଂଗୀତ ଏବଂ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.