ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଜଗତସିଂହପୁର: ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ବାଗଲପୁର ୨୨ ମୌଜା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବାଧିନତା ଦିବସର ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗଲପୁର ସରପଞ୍ଚ ନିବେଦିତା ମାନିଆ ବୃକ୍ଷ ରୋପଣର ଶୁଭାରମ୍ଭ କରିବା ସହ ‘ଆମେ ଓଡ଼ିଆ ଭାରି ବଢିଆ’ ପରିବାରର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu


ଏଥିରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ସୁମିତ ରୟ, ଶ୍ରୀ ଜଗନ୍ନାଥ ସମାଜ ସେବାର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ପ୍ରହରାଜ, ଦୀପକ ସାହୁ ବାଉରୀବନ୍ଧୁ ପରିଡ଼ା ପ୍ରମୁଖ ଯୋଗଦେଇ ବୃଷରୋପଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଆମେ ଓଡ଼ିଆ ଭାରି ବଢିଆ ପରିବାରର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳକ ଅମିତ କୁମାର ଗୋଛାୟତ ପରିଚାଳନା କରିଥିଲେ। ପରିବାରର ସକ୍ରିୟ ସତ୍ୟବ୍ରତ ସାହୁ, ସୁରଜ ଓଝା, ଅଜିତ ସାହୁ, ରାକେଶ ବେହେରା, ବିଶ୍ଵ ରଞ୍ଜନ ସାହୁ, ରିତେଶ ଦାସ, ବିକାଶ ଭୋଇ, ଦେବାଶିଷ ମହାପାତ୍ର, ପ୍ରିତି ରଞ୍ଜନ ଶତପଥୀ, ଅନନ୍ତ ମଲିକଙ୍କ ସହ ଗ୍ରାମବାସିମାନଙ୍କ ସହଯୋଗରେ ସାମାଜିକ ଦୂରତା ରକ୍ଷାକରି ବୃକ୍ଷ ରୋପଣ କାର୍ଯ୍ୟକୁ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦୦ ବୃକ୍ଷ ରୋପଣ କରାଯାଇଥିବା ବେଳେ ୨୦୦ ଚାରା ବଣ୍ଟନ କରାଯାଇଥିଲା। ଏହି କ୍ରମରେ ଜଣେ ବ୍ୟକ୍ତି ଗୋଟିଏ ଗଛ କାର୍ଯ୍ୟକ୍ରମ ସଫଳ ଭାବେ ସଂପାଦିତ ହୋଇଛି।

Udyog Nursery
Udyogi Nursery


ଏହି ଅବସରରେ ବୃକ୍ଷ ରୋପଣ କରିବାର ଉଦ୍ଦେଶ୍ୟ ସଂପର୍କରେ ଅନୁଷ୍ଠାନର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ କହିଛନ୍ତି ଯେ – ମୃତ୍ତିକା କ୍ଷୟରୁ ଅବସାନ, ଅମ୍ଳଜାନର ମାତ୍ରାକୁ ବୃଦ୍ଧି କରିବା ତଥା ବିଶ୍ଵ ତାପାୟନ ରୋକିବା ଓ ପୃଥିବୀକୁ ଧ୍ବଂସାଭିମୁଖୀରୁ ବଞ୍ଚାଇବା, ପ୍ରାକୃତିକ ଦୁର୍ବପାକରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.