ଇ-ପତ୍ରିକା ‘ସାହିତ୍ୟ ଜୀବନ’ର ବାର୍ଷିକ ବିଶେଷାଙ୍କ-୨୦୨୧ ଉନ୍ମୋଚିତ

ସମ୍ବଲପୁର: “ସାହିତ୍ୟ ଜୀବନ” ଇ-ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ପତ୍ରିକାରେ ୧୦୨ ଟି କବିତା, ୧୭ ଟି ଗଳ୍ପ, ୩ ଟି ଚିତ୍ରାଙ୍କନ ସହ ଅନୁଚିନ୍ତା ପ୍ରକାଶିତ ହୋଇଛି। ତତ୍ ସହିତ ଅନେକ ସାହିତ୍ୟିକ, ପାଠକ ମାନଙ୍କ ବାର୍ତ୍ତା ଓ ପାଠକୀୟ ମନ୍ତବ୍ୟ ଆଦୃତି ଲାଭ କରିଛି। ସମ୍ପାଦକ ଯୋଗେଶ୍ୱର ଲୁହା, ପରିଚାଳନା ସମ୍ପାଦିକା ରିତା ଅପରଜିତା ମହାନ୍ତି, ସଭାପତି ନବୀନ କୁମାର ପଧାନ, ଉପଦେଷ୍ଟା ମଣ୍ଡଳୀ ନରୋତ୍ତମ ପାତ୍ର, ସଂଗ୍ରାମ କେଶରୀ ସାମନ୍ତରାୟ, ଡମ୍ବରୁଧର ବେହେରା, ଶିବ ଶଙ୍କର ସାହୁ ଏବଂ ମାର୍ଗଦର୍ଶିକା ବସନ୍ତ ମଞ୍ଜରୀ ଦାସ, ସଂଯୁକ୍ତା ସାହୁ ଏବଂ ସମ୍ପାଦକ ମଣ୍ଡଳୀ ମନୋରମା ମହାନ୍ତି, ସବିତା ତ୍ରିପାଠୀ, ସରୋଜ କୁମାର ଜେନା ଓ ଇ-ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ ତଥା ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହଯୋଗ କ୍ରମେ ସାହିତ୍ୟ ଜୀବନ ବାର୍ଷିକ ବିଶେଷାଙ୍କ ପ୍ରକାଶିତ ହୋଇ ପାରିଛି।

Omkar Vasthu
Omkar Vasthu


ରାଜ୍ୟ ସଂଯୋଜକ ଦୀପକ କୁମାର ନାୟକ ସହ ଜିଲ୍ଲା ସଂଯୋଜକ ସଂଯୋଜିକା ତଥା କେଶବ ଚନ୍ଦ୍ର ନାୟକ, ନିକୁଞ୍ଜ କୁମାର ଘୋଷ, ଟିକେଶ୍ୱର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, କୈଳାଶ ଚନ୍ଦ୍ର ଧଳ, ଡଃ. ସଞ୍ଜୀବ କୁମାର ପାଣିଗ୍ରାହୀ, ବନ୍ଦନା ରାଉତ, ଦୀପ୍ତି ରାଣୀ ସିଂହ, ସସ୍ମିତା ଦାସ, ପୁଷ୍ପାଞ୍ଜଳି ପଣ୍ଡା, ଗଗନ କୁମାର ଦାଶ, ସ୍ୱାଗତିକା ସାହୁ, ସ୍ମୃତି ଶୁଭଦର୍ଶିନୀ ବେହେରା, ଅଜିତ କୁମାର ତ୍ରିପାଠୀ, ଜାହ୍ନବୀ ତ୍ରିପାଠୀ, ଅର୍ଚ୍ଚନା ପାତ୍ର , ଆଶୀଷ କୁମାର ବାରିକ, ପିଙ୍କୁ ରଣବିଡା, ସୁସ୍ମିତା ସାହୁ, ଶ୍ରାବଣୀ ପଟ୍ଟନାୟକ, ଶକୁନ୍ତଳା ପରିଡ଼ା, ଶିତିକଣ୍ଠ ଗାଇଗାରିଆ, ରମାକାନ୍ତ ସିଂ ସାହାଣୀ, ନୀଳପଦ୍ମ ଦିଲ୍ଲୀପ କୁମାର ମହାନ୍ତ, ବିଭୁ ପ୍ରସାଦ ନନ୍ଦ, ଜିତେନ୍ଦ୍ର ନାଥ ଗହିର, ଟୋନିସ ରୋହିଦାସ, ଅନିଲ କୁମାର, ପ୍ରମୋଦ ସିଂ, ଯଜ୍ଞେଶ୍ଵର ପଣ୍ଡାଙ୍କ ଉପସ୍ଥିତି ରେ ଇ-ପତ୍ରିକାଟି ଉନ୍ମୋଚିତ ହୋଇଛି। ତତ୍ ସଙ୍ଗେ ସଂପାଦନା ମଣ୍ଡଳୀର ଜୟନ୍ତ କୁମାର ବେହେରା, କାହ୍ନୁଚରଣ ସାହୁ, ଅଭିଷେକ ବେହେରା ସହଯୋଗ କରିଛନ୍ତି। ସାହିତ୍ୟ ଜୀବନ ୱେବ ପର୍ଟାଲରେ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେରେ ଇ-ପତ୍ରିକାଟି ପ୍ରକାଶିତ ହୋଇଛି। ଏସବୁ ସତ୍ତ୍ୱେ ସାହିତ୍ୟ ଜୀବନର ପ୍ରତିଷ୍ଠାତା ପବିତ୍ର ବେହେରା ପତ୍ରିକାର ସମସ୍ତ କାର୍ଯ୍ୟକୁ ସମ୍ପାଦିତ କରିଛନ୍ତି ଏବଂ ଏହି ପତ୍ରିକାଟି ବିନା ଶୁଳ୍କରେ ଅନଲାଇନରୁ ଡାଉନଲୋଡ କରି ସମସ୍ତେ ପାଠ କରିପାରିବେ ବୋଲି କହିଛନ୍ତି। ସାହିତ୍ୟ ଜୀବନ ଏହିଭଳି ଭାବରେ ଆଜି ଦେଶ ବିଦେଶରେ ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇ ପାରିଛି। ଶେଷରେ ସହ ସମ୍ପାଦକ କ୍ଷମାନିଧି ବେହେରା ଧନ୍ୟବାଦ ଅର୍ପଣ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.