କଳାରୁଦ୍ର ଯୁବକ ସଂଘକୁ ପ୍ରକୃତି ମିତ୍ର ପୁରସ୍କାର

କଳାହାଣ୍ଡି, (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ହଜାରୀପଡା ଗାଁର କଳାରୁଦ୍ର ଯୁବକ ସଂଘକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରକୃତି ଆମପାଇଁ କେତେ ମୂଲ୍ୟବାନ ତାହାକୁ ବେଶ ଭଲଭାବରେ ଉପଲବ୍ଧି କରିପାରିଛନ୍ତି ଏହି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟ। ତେଣୁ କଳାରୁଦ୍ର ଯୁବକ ସଂଘର କର୍ମକର୍ତ୍ତା ମାନେ ନିଜ ଅଞ୍ଚଳରେ ବୃକ୍ଷ ରୋପଣ କରିବା ସହ ସାଧାରଣ ଜନତାଙ୍କୁ ସଚେତନ ଓ ପ୍ରୋତ୍ସାହିତ କରିଆସୁଛନ୍ତି। ତେଣୁ ତାଙ୍କୁ ଉତ୍ସାହିତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଜଙ୍ଗଲ ପରିବେଶ ବିଭାଗ ଓ ଓଡିଶା ସରକାରଙ୍କ ଦ୍ୱାରା ଅଗଷ୍ଟ ୧୫ତାରିଖ ଦିନ ଭବାନୀପାଟଣା ଡି.ଏଫ.ଓ. କାର୍ଯ୍ୟାଳୟ ଠାରେ କଳାରୁଦ୍ର ଯୁବକ ସଂଘଙ୍କୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନିତ କରାଯାଇଛି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଏହି ଅନୁଷ୍ଠାନକୁ ସମ୍ମାନିତ କରିବା ସହ ପ୍ରୋତ୍ସାହନ ସ୍ୱରୂପ କୋଡିଏ ହଜାର ଟଙ୍କା ପୁରସ୍କାର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜାତୀୟ ସ୍ବେଚ୍ଛାସେବୀ ତଥା ଯୁବକ ସଙ୍ଘର ସଭାପତି ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଓ ଓଡ଼ିଶାସରକାରଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.