ସୂର୍ଯ୍ୟକାନ୍ତି ଟିଭି ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସୂର୍ଯ୍ୟକାନ୍ତି ଟିଭି ଦ୍ୱାରା ଭର୍ଚୁଆଲ ମାଧ୍ଯମରେ ରାଜ୍ୟର ତିରିଶ ଜଣ କବିଙ୍କୁ ନେଇ ଦୁଇ ଦିନ ବ୍ୟାପି ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ଅନୁଷ୍ଠିତ ହୋଇଯାଇଛି। ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ. ନୃପରାଜ ସାହୁ ଓ ଦ୍ବିତୀୟ ଦିବସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ସଞ୍ଜୟ କୁମାର ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଉପସ୍ଥାପକ ଦକ୍ଷ ସାହୁ ସଭା ପରିଚାଳନା କରିଥିବା ବେଳେ କବି ପ୍ରଶାନ୍ତ କୁମାର ଦାଶ, ଉପସ୍ଥାପିକା ସାବିତ୍ରୀ ମହାରଣା ଓ କାଜଲ ମହାରଣା କବିତା ଗୁଡିକୁ ସଂଯୋଜନା କରିଥିଲେ ଏବଂ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଏଥିରେ ତିରିଶଟି ଜିଲ୍ଲା ମଧ୍ୟରୁ ଅନୁଗୁଳରୁ ମିଥୁନ ନାଏକ, ବଲାଙ୍ଗିରରୁ ସୁଜିତ କୁମାର ଶତପଥି, ବାଲେଶ୍ବରରୁ ଦେବବ୍ରତ ଦାଶ, ବରଗଡ଼ରୁ ଆଲୋକ ରଞ୍ଜନ ଷଡଙ୍ଗୀ, ବୌଦ୍ଧରୁ ଅବକାଶ ପ୍ରଧାନ, ଢେଙ୍କାନାଳରୁ ସିପୁନ ଜେନା, ଗଜପତିରୁ ଅନୁଶ୍ରୀ ପଟ୍ଟନାୟକ, ଗଞ୍ଜାମରୁ ସୁପ୍ରଜିତ ସାହୁ, ଜଗତସିଂହପୁରରୁ ଚିନ୍ମୟ ବାରିକ, ଯାଜପୁରରୁ ଦିପୁନ ପୁହାଣ, ଝାରସୁଗୁଡାରୁ ରାଜେଶ ପୂଜାରୀ, କଳାହାଣ୍ଡିରୁ ପୁଣ୍ୟଦୀପା ଖମାରୀ, କନ୍ଧମାଳରୁ ଭାଗିରଥି ଜାନୀ, କଟକରୁ ସୂର୍ଯ୍ୟସ୍ନାତ ତ୍ରିପାଠୀ, କେନ୍ଦ୍ରାପଡାରୁ ପବିତ୍ର ବ୍ରହ୍ମପୁତ୍ର ନାୟକ, କେନ୍ଦୁଝରରୁ ପ୍ରବୀଣ କୁମାର କବି, ଖୋର୍ଦ୍ଧାରୁ ସତ୍ୟରଞ୍ଜନ ପ୍ରହରାଜ, କୋରାପୁଟରୁ ମୀର ମୁସ୍ତାକିମ ଅଲ୍ଲୀ, ମାଲକାନଗିରିରୁ କିଶୋର କୁମାର ଖିଲ, ନବରଙ୍ଗପୁରରୁ କାଦମ୍ବିନୀ ବେଶ୍ରା, ନୂଆପଡାରୁ ନିକିତା ମହାଉତି, ନୟାଗଡ଼ରୁ ଶ୍ରାବଣୀ ନାଥ, ପୁରୀରୁ ସୁଭଦ୍ରା ପ୍ରିୟଦର୍ଶିନୀ ନାଏକ, ରାୟଗଡ଼ାରୁ ରୂପେଶ ସାହୁ, ସମ୍ବଲପୁରରୁ ନିଶିପଦ୍ମା ଶୁଭଦର୍ଶିନୀ ଓ ସୁନ୍ଦରଗଡ଼ରୁ ଫିରୋଜ ପଟେଲ ଆଦି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରଥମ ଦିବସଟିରେ କାଜଲ ମହାରଣା ଓ ଦ୍ୱିତୀୟ ଦିବସରେ ସାବିତ୍ରୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ଃ. ସନ୍ତୋଷ କୁମାର ଶତପଥୀ, ବିରଞ୍ଚି ନାରାୟଣ ମୁଣ୍ଡ , କୁଳମଣି ସାହୁ, ନାହେଦା ସାହେନ ଓ କ୍ଷୀରୋଦ ବିଶ୍ୱାଳ ଆଦି ମାର୍ଗଦର୍ଶନ କରିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ଅନେକ କବି ତଥା ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.