କଳାହାଣ୍ଡି ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସ୍ଵେଛାସେବି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୩୧|୮ (ଲିଙ୍ଗରାଜ ମିଶ୍ର): ବିଭିନ୍ନ ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସ୍ଵେଛାସେବି (ଆଇଭି) ସଂଘ। ଆଜି ସଂଘର ଜିଲ୍ଲା ସଭାପତି ନବୀନ କୁମାର ବାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ଶିକ୍ଷା ବିଭାଗ ଅଧିନରେ ୧୧ବର୍ଷ ଧରି କାର୍ଯ୍ୟକରି ଆସିଥିବା ଏହି ଆଇଭି ମାନଙ୍କ ବିଭିନ୍ନ ସମସ୍ୟା ରହିଛି। ସେସବୁ ମଧ୍ୟରେ ଭିନ୍ନକ୍ଷମ ଆଇଭିମାନଙ୍କ ଛଟେଇ ପ୍ରକ୍ରିୟା ବନ୍ଦ କରିବା, ପାରିଶ୍ରମିକ ବୃଦ୍ଧି, ସରକାରଙ୍କ ଅନୁଦାନ ମାଧ୍ୟମରେ ତାଲିମ ଓ ମାନ୍ୟବର ସୁପ୍ରିମକୋଟଙ୍କ ନିର୍ଦେଶ କ୍ରମେ ଠିକା କର୍ମଚାରୀଙ୍କ ୬ ବର୍ଷରେ ସ୍ଥାୟୀ କରିବାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ଏହି ଚାରି ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଶ୍ରୀ ବାଘଙ୍କ ସମେତ ସମ୍ପାଦକ ଅବିନାଶ ପଣ୍ଡା, ଉପସଭାପତି ଯୋଗୁଶ୍ୱର ବିଶି, ଜିତେନ୍ଦ୍ର ଜାଲ, ଅମର ଦୀପ, ସହସମ୍ପାଦକ ଅନନ୍ତ ମୁଣ୍ଡ, ମୋହିନୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.