ବାଲେଶ୍ଵର,୬|୯: ପବିତ୍ର ଗୁରୁଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ପ୍ରଥମ ଥର ପାଇଁ ବହୁ ବିଷୟ ହୋଇଥିବା କାର୍ଯ୍ୟକ୍ରମ “ଶିକ୍ଷା ଓ ଶିକ୍ଷକ” ଏକ ଆଲୋଚନା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର ଡକ୍ଟର ଭୁବନାନନ୍ଦ ସାହୁ ଏବଂ ଯୁବ ଅତିଥି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଏବଂ ଏହି ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁରରୁ ହୃଦୟ ରଞ୍ଜନ ପରିଡା, ମମତା ବାରିକ, କେନ୍ଦୁଝରରୁ ଅମିତ କୁମାର ସାହୁ, ବାଲେଶ୍ୱରରୁ ଦେବାଶିଷ ରାଉତ, ଖୋର୍ଦ୍ଧାରୁ ବିଶ୍ଵପ୍ରତାପ ବେହେରା ପ୍ରମୁଖ ପାଞ୍ଚଜଣ ଯୁବକବି ଯୋଗ ଦେଇଥିବା ବେଳେ ଶାନ୍ତିପାଠ ରତିନାରାୟଣ ରାଉତ, ବୈଷୟିକ ସହାୟତା ସଞ୍ଜୟ କୁମାର ସାହୁ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ରୁ ଉର୍ଦ୍ଧ କବି, କବୟତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀବୃନ୍ଦ ଯୋଗଦାନ କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୩୬ରୁ ଉର୍ଦ୍ଧ ଶିକ୍ଷକ ଏବଂଶିକ୍ଷୟିତ୍ରୀଙ୍କୁ ଆଦର୍ଶ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ମଧ୍ୟରେ ପ୍ରିୟମ୍ବଦା ସାମଲ, ବନଲତା ଜାଲି, ସାଗର କୁମାର ପରିଡା, ନଗେନ୍ଦ୍ର କୁମାର ରାଉତ, ରାଉରକେଲାରୁ ନିରୁପମା ପତି, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, ଗଞ୍ଜାମରୁ ରଞ୍ଜନ କୁମାର ବ୍ରହ୍ମା, ପୁରୀରୁ ଜଜାତୀ ଜାଲି, ଅନୁଗୁଳରୁ ମିଥୁନ ନାୟକ ପ୍ରମୁଖ ପ୍ରାୟ ୩୬ରୁ ଉର୍ଦ୍ଧ ଶିକ୍ଷକ ଏବଂ ଶିକ୍ଷୟତ୍ରୀ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର, ସଭାପତି ଦେବେନ୍ଦ୍ର କୁମାର ନାୟକ, ଉପଦେଷ୍ଟା ସଂଗ୍ରାମ କେଶରୀ ସାମନ୍ତରାୟ, ଉପଦେଷ୍ଟା ସ୍ନିଗ୍ଧା ସାମନ୍ତରାୟ, ବିଶ୍ୱେଶ୍ୱର ମାଝୀ, ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ରଞ୍ଜନ କୁମାର ମହାନ୍ତି କରିଥିବାବେଳେ ସ୍ନିଗ୍ଧା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।