କଳାହାଣ୍ଡି,୨୧/୧: ଉତ୍କଳ ଯାଦବ ମହାସଭା ଦ୍ବାରା ଅନୁବନ୍ଧିତ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନୂତନ କାର୍ଯ୍ୟକର୍ତ୍ତା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସଭାପତି ଭାବେ ହରିଶଙ୍କର ବାଗ, ସାଧାରଣ ସଂପାଦକ ସଂଜୟ ଧଙ୍ଗଡାମାଝୀ, ଉପ ସଭାପତି ଭାବେ ଅରୁପାନନ୍ଦ ବାଗ, ନରେନ୍ଦ୍ର ବାଗ ଓ ଦୂଲ୍ଲଭ ମାହାର । ସହ ସଂପାଦକ ଚନ୍ଦ୍ର ସେଖର ବାଗ, ପ୍ରେମାନନ୍ଦ ଘି, କିର୍ତ୍ତିଚନ୍ଦ୍ର ଗଉଡ, କୋଷାଦ୍ଧ୍ୟକ୍ଷ ଭାବେ ଖଗେଶ୍ବର ଧଙ୍ଗଡାମାଝୀ ନିର୍ବାଚିତ ହୋଇ ଅଷ୍ଟମ ଯାଦବ ମହାସଭାରେ ସପଥ ଗ୍ରହଣ କରିଥିଲେ ।
ନବ ନିର୍ବାଚିତ ଜିଲ୍ଲା ସଭାପତି ହରିଶଙ୍କର ବାଗ ଜଣେ ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ସହ ଶିକ୍ଷା ନିରିକ୍ଷକ । କଳାହାଣ୍ଡି ଜିଲ୍ଲା ଅଭ୍ୟର୍ଥନା କମିଟି ସଭାପତି ଭାବେ ଶ୍ରୀଯୁକ୍ତ ବାଗ ସାଂଗଠୈନିକ ଦକ୍ଷତାର ପ୍ରମାଣ ସ୍ବରୂପ ଅଷ୍ଟମ ଯାଦବ ମହାସଭାକୁ ସଫଳତରା ସହ ସମାପନ କରାଇ ପାରିଥିଲେ । ୧୯୯୧ ମସିହା ମହାସଭାରେ ମଧ୍ୟ ତାଙ୍କର ଗୁରୁଦାଇତ୍ବ ରହିଥିଲା ।
କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସଂପାଦକ ସଂଜୟ ଧଙ୍ଗଡାମାଝୀ ପେଶାରେ ଜଣେ ଓକିଳ । ଏହା ଛଡା ଜଣେ ଲୋକ କଳାକାର ଭାବେ ଯାଦବ ସଂସ୍କୃତିର ଅନନ୍ୟ ବିଭବ ବନାବାଡି ର ପ୍ରଚାର ପ୍ରସାର ପାଇଁ ତାଙ୍କର ଯଥେଷ୍ଟ ଭୂମିକା ରହିଛି । ଯୁବ ଯାଦବ ମାନଙ୍କୁ ସୁସଂଗଠିତ କରିବାରେ ତାଙ୍କର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ।
ନବ ନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତା ପୂର୍ବରୁ ସମାଜର ବହୁବିଧ ଉନ୍ନତି ପାଇଁ ଉଲ୍ଲେଖନିୟ ଭୂମିକା ନିର୍ବାହ କରିବା ସହ ଯାଦବଙ୍କ ସ୍ବାଭିମାନ ରକ୍ଷା, ଅର୍ଥନୈତିକ ପ୍ରଗତୀ, କୁସଂସ୍କାର ବିଳୋପ, ସାମାଜିକ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।ଏହି ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ପୂର୍ଣ୍ଣ ଭରଷା ରଖିଛି କଳାହାଣ୍ଡି ଜିଲ୍ଲା ଯାଦବ ସମାଜ । ସମାଜର ସେବା କରିବାକୁ ମଧ୍ୟ ପ୍ରତିଜ୍ଞାବଦ୍ଧ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ।