କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଲେଜ ରୋଡ ନିକଟସ୍ଥ ସିଏସସି ଏକାଡେମୀଠାରେ ଆଜି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଆରପିଏଲ ତାଲିମ ନେଇ ସଫଳ ହୋଇଥିବା ୪୪ ଜଣ ଯୁବକ ଓ ଯୁବତୀଙ୍କର ପ୍ରାକ ମାନ୍ଯତା ଶିକ୍ଷା ତାଲିମର ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି ।
ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ପୂର୍ବକ ସାଟିର୍ଫିକେଟ ବଣ୍ଟନ କରିଥିବାବେଳେ ସର୍ବମଙ୍ଗଳା +୨ ମହାବିଦ୍ୟାଳୟ ଅଧ୍ଯକ୍ଷ ଜୟନ୍ତ କୁମାର ଜେନା, ଅଧ୍ଯାପକ ସରୋଜ କୁମାର ରଥ, ଶାନ୍ତନୁ କୁମାର ପରିଡା ଓ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏକାଡେମୀ ନିର୍ଦ୍ଦେଶିକା ପ୍ରିୟଦର୍ଶିନୀ ଇଲୋରୀକା ତାଲିମକୁ ପରିଚାଳନା କରିବା ସହ ତାଲିମ ସମାପନ କରିଥିବା ସ୍ଥାନୀୟ ଯୁବପିଢିଙ୍କୁ ଏହି ତାଲିମ ରୋଜଗାରକ୍ଷମ କରିବାର ମାଧ୍ଯମ ହେବ ବୋଲି ପ୍ରକାଶ କରି ଥିଲେ।