ଶ୍ରୀରାମମନ୍ଦିର ପୂଜକଙ୍କ ପରଲୋକ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମମନ୍ଦିର ପୂଜକ ସୁଶାନ୍ତ କୁମାର ମିଶ୍ର(ଛୋଟୁ)ଙ୍କର ଆଜି ସକାଳୁ ୩୬ବର୍ଷ ବୟସରେ ହୃଦଘାତରେ ପରଲୋକ ହେଇଯାଇଛି । ସୂଚନା ମୁତାବକ ପୂଜକ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କରି ବଡ଼ଭାଇ ହରିଶଙ୍କର ମିଶ୍ର ପ୍ରଥମେ ତାଙ୍କୁ ମ.ରାମପୁର ଡ଼ାକ୍ତରଖାନାରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟଡ଼ାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କରି ପୈତୃକଗ୍ରାମ ଢେକୁନକୁପାଠାରେ ତାଙ୍କରି ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କରି ବିୟୋଗରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.