କେବେ ବଦଳିବ ଧର୍ମଗଡ ବସଷ୍ଟାଣ୍ଡର ଚିତ୍ର

କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): ଧର୍ମଗଡ ସହରର ଯାତ୍ରୀ ବିଶ୍ରାମଗାର ପରିତ୍ୟକ୍ତ ହୋଇ ପଡି ରହିଛି। ଏହି ବିଶ୍ରାମଗାରଟି ଧର୍ମଗଡ ସହରର ମୁଖ୍ୟ ଦ୍ବାର ତଥା ଜାତୀୟ ରାଜପଥ ଛତିଶଗଡକୁ ଲମ୍ବି ଥିବା ରାସ୍ତା ପାର୍ଶ୍ଵରେ ରହିଛି। ବହୁ ବର୍ଷ ଧରି ଏହି ବିଶ୍ରାମଗାର ପରିତ୍ୟକ୍ତ ଅବସ୍ଥାରେ ରହି ଆସୁଥିଲେ ମଧ୍ୟ ନିର୍ବାଚିତ ଜନ ପ୍ରତିନିଧି, ପ୍ରଶାସନ କିମ୍ବା ସରକାରଙ୍କ ଶୁଭ ଦୃଷ୍ଟି ପଡି ପାରିନାହିଁ। ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ନାମୀ ଦାମୀ ଲୋକ ବିଧାୟକ ହେଲେ ସତ କିନ୍ତୁ ଯାତ୍ରୀଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ଗୃହଟିଏ କରାଇପାରିଲେ ନାହିଁ ବୋଲି ଚର୍ଚ୍ଚା ହେଉଛି। ରାତିରେ ଏହି ଯାଗାରେ ଅସାମାଜିକ ଲୋକଙ୍କ ଭିଡ଼ ଲାଗି ରହିଥାଏ। ସକାଳୁ ଗଣ୍ଡା ଗଣ୍ଡା ଖାଲି ମଦ ବୋତଲ ଗଦା ହୋଇ ପଡିଥାଏ। ଏଠାରେ ନା ଅଛି ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନା ଶୌଚାଳୟର ସୁବିଧା। ଠିକାଦାର ପୋଷା ନୀତିରେ ଗୋଟେ ଷ୍ଟାଣ୍ଡ ଓ ଶୌଚାଳୟ କରା ଯାଇଥିଲେ ମଧ୍ୟ ତାହା ଯାତ୍ରୀ ମାନଙ୍କ ପାଇଁ ଉପଯୋଗୀ ହୋଇପାରୁ ନାହିଁ। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ଝାଡୁଦାର ରଖା ଯାଇଥିଲେ ମଧ୍ୟ ଏଠାରେ ଦୈନନ୍ଦିନ ଝାଡୁ ହେଉ ନଥିବା ଅଭିଯୋଗ ହେଉଛି। ଅନେକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଏହି ବସଷ୍ଟାଣ୍ଡ ଗୃହ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଏହା ଯେ କୌଣସି ସମୟରେ ବି ଭୁଷୁଡି ଯାଇପାରେ। ତେଣୁ ଏହି ପରିତ୍ୟକ୍ତ ବିଶ୍ରାମଗୃହକୁ ଯଥା ଶୀଘ୍ର ଭାଙ୍ଗି ଦେଇ ଏଠାରେ ଏକ ନୂତନ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.