ରୁପ୍ରାରୋଡ଼ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ପ୍ରସଙ୍ଗ: ରେଳରୋକୋ ପାଇଁ ଅଣ୍ଟା ଭିଡୁଛି ରେଳ ଯାତ୍ରୀ ସୁରକ୍ଷା ସମିତି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ଼ ରେଳ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ରୁପ୍ରରୋଡରେ ରହଣୀ ରହିଥିଲା । ରୁପ୍ରାରୋଡ଼ ତଥା ଆଖପାଖ ୧୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ରୁପ୍ରାରୋଡ଼ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ୩୧ ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଖୋଲିବା ପରେ ଗତ ୨୦୨୦ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ, ରୁପ୍ରାରୋଡରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନାହିଁ । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଛି । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ, ରାୟପୁର ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ରୁପ୍ରାରୋଡ଼ ଷ୍ଟେସନ ରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ ରହୁଛି ।

Omkar Vasthu
Omkar Vasthu


ଉପରୋକ୍ତ ଅତ୍ୟାବଶ୍ୟକ ଟ୍ରେନ ଗୁଡିକର ରୁପ୍ରାରୋଡ଼ ଷ୍ଟେସନରେ ରହଣୀ ନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ୨୦୨୦ ଅକ୍ଟୋବରରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜୀତ କୁମାର ସେଠ, ଏପରିକି ରେଳବାଇର ସର୍ବୋଚ୍ଚ ଅଧିକାରୀଙ୍କୁ ମଧ୍ୟ ଉପରୋକ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ପାଇଁ ବିଭିନ୍ନ ସମୟରେ ଲିଖିତ ଭାବରେ ଦାବୀପତ୍ର ଦେଇଥିଲେ ମଧ୍ୟ ତାହା ଏଯାଏଁ ଫଳପ୍ରସୁ ହୋଇ ପାରିଲା ନାହିଁ । ଏଣୁ ଏନେଇ ଆଜି ରୁପ୍ରାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସମିତି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ଦୁର୍ଗାପୂଜା ସରିଯିବା ପରେ ଆଉ ୧୫ ଦିନ ମଧ୍ୟରେ ରେଳରୋକୋ କରି ଟ୍ରେନ ଲାଇନରେ ରୁପ୍ରାରୋଡ଼ ତଥା ଆଖପାଖ ୧୫ ଗୋଟି ଗ୍ରାମର ଜନସାଧାରଣ ଧାରଣାରେ ବସିବେ ବୋଲି ନିଷ୍ପତି ନିଆଯାଇଥିବା ରୁପ୍ରାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରେଳ ଯାତ୍ରୀ ସୁରକ୍ଷା ସମିତିର ସଭାପତି ଆଇନଜୀବି ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ, ଉପସଭାପତି ପ୍ରଦୀପ କୁମାର ଅଗ୍ରୱାଲ, ସଂପାଦକ ରାଧେଶ୍ୟାମ ଖେତାନ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଶର୍ମା, ରତନ ଲାଲ ଅଗ୍ରୱାଲ, ଟୁଟୁ ସେଠୀ, ଦୀନରାଜ ଧନାନିଆ, ନୀରଜ ଶର୍ମାଙ୍କ ସମେତ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ରୁପ୍ରାରୋଡ଼ ଷ୍ଟେସନ ଅଧୀକ୍ଷକଙ୍କ ଜରିଆରେ ଉପରୋକ୍ତ ଟ୍ରେନ ଗୁଡିକର ରହଣୀ ପାଇଁ ଜିଏମ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ୧୫ ଦିନ ମଧ୍ୟରେ ରେଳ ବିଭାଗ ଯଦି ରୁପ୍ରାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସମିତିର ଦାବୀ ବିଚାରକୁ ନେଇ ଯଦି ଉପରୋକ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରୁପ୍ରାରୋଡ଼ ଷ୍ଟେସନରେ ରହଣୀ ନହୁଏ ତେବେ ୧୫ ଦିନ ପରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରେଳ ଯାତ୍ରୀ ସୁରକ୍ଷା ସମିତି ଚେତାବନୀ ଦେଇଥିବା ଜଣାପଡିଛି ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.