ନର୍ଲାରୋଡ ଦୁର୍ଗା ମଣ୍ଡପରେ ଦେବୀଙ୍କ ମହାଷ୍ଟମୀ ଓ ସନ୍ଧିପୂଜା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ଠାରେ କୋଭିଡ କଟକଣା ମଧ୍ୟରେ ଚାଲିଛି ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା। ଆଜି ଏହି ଦୁର୍ଗାପୂଜାରେ ମହାଷ୍ଟମୀ ନିତି ବୈଦିକ ବିଧାନ ଅନୁସାରେ ପରିଚାଳିତ ହେଉଛି। ସକାଳ ୭.୩୦ରେ ପୂଜାରମ୍ଭ ହୋଇ ସନ୍ଧ୍ୟା ୬.୪୫ରେ ଦେବୀ ଦୁର୍ଗାଙ୍କ ଆରତୀ ହୋଇଥିଲା। ସନ୍ଧିପୂଜା ୭.୪୪ ରୁ ଆରମ୍ଭ ହୋଇ ୮.୩୨ରେ ଶେଷ ହେବ ବୋଲି ନର୍ଲାରୋଡ ଦୁର୍ଗାପୂଜା କମିଟି ସଭାପତି ହମେଶ ଜୈନ ସୂଚନା ଦେଇଛନ୍ତି। ଏବର୍ଷ ଏହି ନବରାତ୍ରୀ ପୂଜାରେ କର୍ତ୍ତା ଭାବେ ଜହରଲାଲ ବିଶ୍ବାଳ ସପତ୍ନୀକ ଦାଇତ୍ୱ ନିର୍ବାହ କରୁଥିବାବେଳେ ପଣ୍ଡିତ ରମେଶ ଚନ୍ଦ୍ର ମିଶ୍ର ଓ ସନ୍ତୋଷ କୁମାର ରଥ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ସରକାରଙ୍କ କୋଭିଡ ନିୟମ ଅନୁସାରେ ମଣ୍ଡପ ଭିତରେ ମାତ୍ର ୭ ଜଣ ରହୁଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଟ ମଧ୍ୟରେ ରହି ଦେବୀଙ୍କ ଦର୍ଶନ କରୁଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତିବର୍ଷ ଭଳି ଏଥର ମଧ୍ୟ ମହାଷ୍ଟମୀରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ପରିବାର ଦେବୀଙ୍କୁ ଭୋଗ ଅର୍ପଣ କରି ଶହ ଶହ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ନର୍ଲାରୋଡ ଦୁର୍ଗାପୂଜା କମିଟି ଉପସଭାପତି ବିମଳ କୁମାର କେଡିଆ, ସଂପାଦକ ଅମର ରାଉତ, କୋଷାଧ୍ୟକ୍ଷ ରାଜା ପରିଡ଼ାଙ୍କ ସମେତ ପୂଜା କମିଟିର ବରିଷ୍ଠ ସଦସ୍ୟ ରାଜିନ ସାହୁ, ବାବୁଲା ରାଉତ, ଉପଦେଷ୍ଟା ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଲିଙ୍ଗରାଜ ମିଶ୍ର, ଟୁଲୁ ଓଝା, ଓମ୍ ପୁଝାରୀ, ମନୋଜ ଅଗ୍ରୱାଲ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାରଙ୍କ ସମେତ ବିନାୟକ ସିଂ, ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.