କବିତା: ଅପେକ୍ଷା ରେ ଅଛି ମୁଁ

 

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ବିଶ୍ୱାସ କର, ମୋ ଗୋପନ କାହାଣୀ
କାହାକୁ ଶୁଣେଇନି ତମ ବିନା
ଶୁଭ ବିଶ୍ୱାସ ରେ ବିଶ୍ୱାସୀ ସକଳେ ହିଁ
ଢାଳି ପାରିବେ ଅମୃତ ଶୁଭ ଦୃଷ୍ଟି ର ଶକ୍ତି କୁ
ଅନେକ ପ୍ରତିଶୃତି ର ସକାଳ କୁ ମାଳା କରି
ଫିଙ୍ଗି ପାରିବେ ନିନ୍ଦାଂକ ମୁହ଼଼ଁଂକୁ
ଜ୍ୱଳନ୍ତ ପର୍ବ ର ଦୃଶ୍ୟ ଉପଭୋଗ କରି ପାରୁଚ ଯଦି କର
ପାହାଡ଼େ ବର୍ଷା କୁ ମୁଁ ମୁଣ୍ଡାଇଚି କେତେ କାଳୁ
ଅପେକ୍ଷା କେବଳ ନିଷ୍ଠ ବିଶ୍ୱାସ ର କିଂଚିତ଼ ଅନୁରାଗ କୁ ॥
ଏ ଭିଡ଼ ଭିତର କୁ କିଏ କ’ଣ ପାଇଁ ଆସିଚି ?
ଅନେକ ଦିନୁ ମୁଁ ଭାବୁଚି
ମୋର କ’ଣ କାମ ଏଇଠି
କାହିଁକି ଆସିଲି !

କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.