କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର କନ୍ଦରପୁର କଳାବିହାର ସ୍ଥିତ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବାର୍ଷିକ ଉତ୍ସବ ଚଳିତ ବର୍ଷ ଡିସେମ୍ବର ମାସରେ କରାଯିବା ନେଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସଭାପତି ପ୍ରତିଭା ଶତପଥୀ, ସମ୍ପାଦକ କବି ଅଶୋକ ପଟ୍ଟନାୟକ, ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ସମାଜସେବୀ ପ୍ରଦୀପ୍ତ ମାହାଳି, ବିକ୍ରମ ନନ୍ଦ, ଅଭିରାମ ସାହୁ, ପ୍ରଲବ୍ୟ ମହାପାତ୍ର, ଦଇତାରୀ ପ୍ରଧାନ, ଶ୍ରୀଧର ସ୍ବାଇଁ, ଅକ୍ଷୟ କୁମାର ଓଝା, ସୋନାଲି ପଣ୍ଡା, ପ୍ରିୟଂଶି ସାହୁ, ସୁଭସ୍ମିତ ଦାଶ, ସୁହାନୀ ସାହୁ, ଅର୍ପିତା ରାଉତ, ବିନାୟକ ମାଝୀ, ମନୋରଞ୍ଜନ ସାହୁ, ବିଶ୍ୱଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଶିଷ୍ଟ ସାହିତ୍ୟିକ ଶୁକଦେବ ପରିଡ଼ାଙ୍କ ସମ୍ପାଦନାରେ ପ୍ରକାଶିତ ଗ୍ରାମାଂଚଳ ଭିତ୍ତିକ ପାକ୍ଷିକ ଖବର କାଗଜ “ଲୋକଭାଷା” ଲୋକାର୍ପିତ ହୋଇ ବେଶ୍ ପାଠକୀୟ ସ୍ଵୀକୃତି ଲାଭ କରିଛି ।