ସର୍ବୋତ୍ତମ ସିଏସଆର କାର୍ଯ୍ୟକ୍ରମ ପାଇଁ ଜେକେ କାଗଜ କଳ ପୁରସ୍କୃତ

ରାୟଗଡା, (ଶିବ ନାରାୟଣ ଗୈାଡ): ଓଡିଶା ସିଏସଆର ଫୋରମ୍ ଦ୍ୱାରା ଗତ ଅକ୍ଟୋବର ମାସ ୩୦ତାରିଖରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାରିଅନ୍ ଠାରେ ବାର୍ଷିକ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଉଲ୍ଳେଖନୀୟ କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଓଡିଶା ସିଏସଆର ଫୋରମ୍ ତରଫରୁ ରାଜ୍ୟର ଅନେକ ଶିଳ୍ପାନୁଷ୍ଠାନକୁ ନେଇ ସେମାନଙ୍କର ସିଏସଆର କ୍ରିୟାକଳାପକୁ ଅନୁଧ୍ୟାନ କଲା ପରେ ରାୟଗଡା ଜିଲ୍ଲା ଜେକେ କାଗଜ କଳ ଲିମିଟେଡ୍‌କୁ ତାଙ୍କର ସିଏସଆର କାର୍ଯ୍ୟକ୍ରମ ତଥା ଗୋଷ୍ଠି ଉନ୍ନୟନ କାର୍ଯ୍ୟ ପାଇଁ ସର୍ବସମ୍ମତ କ୍ରମେ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ସମୟରେ ନାଲକୋ, ଏଚ.ଆର. ନିର୍ଦ୍ଦେଶକ ଆର.ଏସ. ମହାପାତ୍ର ଓ ତ୍ରିପୁରା’ର ପୂର୍ବତନ ମୁଖ୍ୟ ଶାସନ ସଚିବ ଏସ.କେ.ପଣ୍ଡା ଏବଂ ଅନ୍ୟାନ୍ୟ ବଦ୍ୟାନ ବ୍ୟକ୍ତି ସମୂହ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେକେ କାଗଜ କଳ ଲିମିଟେଡ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ୱିବେଦୀ ସିଏସଆର ଟିମକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜେକେ କାଗଜ କଳର କର୍ତୁପକ୍ଷ ମିଲନ ଲେଙ୍କା ଏବଂ ହରିହର ଖମାରୀ ଏହି ପୁରସ୍କାରଟି ଗ୍ରହଣ କରିଛନ୍ତି ବୋଲି ଜେକେ କାଗଜ କଳର ଲୋକ ସଂପର୍କ ବରିଷ୍ଠ ଅଧିକାରୀ ସୁନୀଲ କୁମାର ନାଥ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.