ବ୍ରେକର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଉଦ୍ୟାନବନ୍ଦ ବଣିକ ସଂଘ

ନୂଆପଡା: କୋମନା ବ୍ଲକ ଉଦ୍ୟାନବନ୍ଧ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ରେ ବ୍ରେକର ନିର୍ମାଣ ଦାବୀ ନେଇ ଉଦ୍ୟାନବନ୍ଦ ବଣିକ ସଂଘ ନୂଆପଡା ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ରାଜପଥ ହୋଇ ଥିବାରୁ ମାଲ ବୋଝେଇ ଭାରି ଯାନବାହାନ ସବୁ ବେଳେ ତୀବ୍ର ଗତିରେ ଯିବା ଆସିବା କରୁଛି। ଯାହାଫଳରେ ବିଭିନ୍ନ ସମୟରେ ଏଠାରେ ବଡ଼ ବଡ଼ ଦୁର୍ଘଟଣା ହୋଇ ସାଧାରଣ ଲୋକେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଏତେ ଭୟାବହ ହୋଇଥାଏ ଯେ, ବର୍ତ୍ତମାନ ଲୋକେ ଉଦ୍ୟାନବନ୍ଦ ସହରରେ ବଜାର କରିବା ପାଇଁ କିମ୍ବା କିଛି ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ମଧ୍ୟ ଡରୁଛନ୍ତି। ଯାହା ଦ୍ୱାରା ବେପାରରେ ସିଧା ସଳଖ ମାଡ଼ ପଡୁଥିବାର ବଣିକ ସଂଘ ଅନୁମାନ କରୁଛି। ଉଦ୍ୟାନବନ୍ଦ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଦୋକାନ ବଜାର ଗଢି ଉଠିଛି। ସହର ମଧ୍ୟରେ ଯଦି ବ୍ରେକର କରାଯିବ ତେବେ ଦୁର୍ଘଟଣାର ମାତ୍ରା କମିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି। ତେଣୁ ଜିଲ୍ଲାପ୍ରଶାସନ ତୁରନ୍ତ ଏହି ସମସ୍ୟାର ଗମ୍ଭୀରତାକୁ ବୁଝି ଏହାର ନିବାରଣ କଲେ ଧନଜୀବନ ବଞ୍ଚିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.