ରାୟଗଡ ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ମାସ ୨୯ ତାରିଖ ଦିନ ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ନିମନ୍ତେ ଜିଲ୍ଲା ସ୍ତରରେ ନିଷ୍ପତ୍ତି ମାନ ନିଆଯାଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଜାନୁୟାରୀ ୨୯, ଏପ୍ରିଲ ୨୯, ଜୁଲାଇ ୨୯, ଅକ୍ଟୋବର ୨୯ ତାରିଖ ଦିନ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଫେବୃୟାରୀ ୨୯, ମେ ୨୯, ଅଗଷ୍ଟ ୨୯, ନଭେମ୍ବର ୨୯ ବ୍ଲକ ସ୍ତରରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ସମସ୍ତ କମିଟି ଗୁଡିକର ବୈଠକ କରାଇବା ସହିତ ଶିଶୁ ମାନଙ୍କ ସମସ୍ୟା ଗୁଡିକୁ ଶୁଣିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Omkar Vasthu
Omkar Vasthu


ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଆକ୍ସନ ଏଡ ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ରୋକିବା ପାଇଁ ତଥା ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଜିଲ୍ଲା କାର୍ଯ୍ୟ ଖସଡା ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି I ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ପଞ୍ଚାୟତର ସରପଞ୍ଚ ମାନେ ଅଧ୍ୟକ୍ଷତା କରିଥିଲେ । ବାଲ୍ୟ ବିବାହର କୁ ପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟର ସମସ୍ୟାକୁ କିପରି ଦୁର କରିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା I କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା । ଆଶୀର୍ବାଦ ଯୋଜନାରେ ସାମିଲ ହେବାକୁ ଥିବା ଶିଶୁ ମାନଙ୍କର ଆବଶ୍ଯକୀୟ ଦସ୍ତାବିଜ ଗୁଡିକ ସଂଗ୍ରହ କରିବା ପାଇଁ ସମସ୍ତଙ୍କର ସହଯୋଗ ନିମନ୍ତେ ସରପଞ୍ଚ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ନିଜ ନିଜ ପଞ୍ଚାୟତର ବାଲ୍ୟ ବିବାହ ମୁକ୍ତ ରୂପେ ଘୋଷଣା ହୋଇ ନ ଥିବା ଗାଁ ଗୁଡିକର ସ୍ଥିତି କୁ ଦେଖି ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ସେହି ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିବା ନିମନ୍ତେ ଏହି ବୈଠକ ଗୁଡିକରେ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ଜାତି ସମାଜ, ଧାର୍ମିକ ସମାଜର ମୁଖ୍ୟ ମାନଙ୍କୁ ବାଲ୍ୟ ବିବାହର କୁ ପରିଣତି ବିଷୟରେ ପ୍ରତ୍ୟେକ ଗ୍ରାମରେ ସଚେତନ କରିବା ନିମନ୍ତେ ସରପଞ୍ଚ ମାନେ ଗୁରୁତ୍ଵ ଦେଇଥିଲେ । ବାଲ୍ୟ ବିବାହ ରୁ ଉଦ୍ଧାର କରାଯାଇଥିବା ଶିଶୁ ମାନଙ୍କୁ ବା କିଶୋରୀ ମାନଙ୍କୁ ନିୟମିତ ପରାମର୍ଶ ଦେବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ପ୍ରତି ଶନିବାର ଦିନ ଅନୁଷ୍ଠିତ ହେଉଥିବା ଅଦ୍ଵିକା କ୍ଲବ ର ବୈଠକକୁ ଉଭୟ ପୁଅ ଓ ଝିଅ ମାନଙ୍କୁ ଡାକି ସଚେତନ କରିବା ନିମନ୍ତେ ଗୁରୁତ୍ଵ ଦିଆଯାଇଥିଲା ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ପ୍ରମୁଖ ତଦାରଖ କରିଥିଲେ। ଠିକ ସେହିପରି ବ୍ଲକ ସ୍ତରରେ ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନେ ତଦାରଖ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.