ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଅଟକ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆମପାଣି ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଥିବା ଥାନା ଅଧିକରୀ ସୂଚନା ଦେଇଛନ୍ତି। ଅଟକ ଯୁବକ ଜଣକ ଆମପାଣି ଥାନା ଅନ୍ତର୍ଗତ ସାନ ପୋଡ଼ାଗୁଡ଼ା ଗ୍ରାମର ଗୋବର୍ଦ୍ଧନ ଛତ୍ରୀଆ (୨୨) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ଏକୁଟିଆ ଥିବା ସୂଯୋଗ ନେଇ ରବିବାର ବିଳମ୍ବିତ ରାତିରେ ଗୋବର୍ଦ୍ଧନ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ପିଡିତା ମହିଳା ସୋମବାର ଆମପାଣି ଥାନା ରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ଆମପାଣି ଥାନା ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି ଡ଼ାକ୍ତରୀ ମାଇନା ସହ ଥାନାରେ ଅଟକ ରଖିଛନ୍ତି। ଏପଟେ ମହିଳାଙ୍କ ଡ଼ାକ୍ତରୀ ମାଇନା ପାଇ କୋକସରା ଡାକ୍ତରଖାନାକୁ ନିଆ ଯାଇଥିବା ଜଣାପଡିଛି। ଏ ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ପ୍ରତିକ୍ରିୟା ନେବାରୁ ଥାନାରେ ଏକ ମାମଲା ରୁଜୁ ହୋଇଛି। ପିଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଯୁବକଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.