ଅବସରପ୍ରାପ୍ତ ୨ଜଣ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସହର ସ୍ଥିତ ବିଦ୍ୟୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇଜଣ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି, ରାଜ୍ୟ ଶିକ୍ଷକ ସଂଘ ଆଂଚଳିକ ସଂପାଦକ ସୁରେନ୍ଦ୍ର କୁମାର କୂଳଦୀପ, ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଜିତ କୁମାର ଚୈାଧୁରୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ବଳଦେବ ନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ ।


ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ ଏବଂ ସିଂଘାଣିଆ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ତ୍ରିପତି ପଣ୍ଡାଙ୍କୁ ଏହି ଅବସରରେ ସପତ୍ନୀଙ୍କ ଉପଢୈାକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ଶିକ୍ଷକ ଅଣଚାଳିଶି ବର୍ଷରୁ ଉର୍ଦ୍ଧ ବନ ପାହାଡ ଘେରା ଆଦିବାସୀ ଅଧୁଷିତ ଅଂଚଳରେ ଶିକ୍ଷକତା କରି ଅନେକ ସୁନାମର ଅଧିକାରୀ ହୋଇଥିବାରୁ ଉପସ୍ଥିତ ଶିକ୍ଷକ ବୃନ୍ଦ ସେମାନଙ୍କର ଭୂୟସି ପ୍ରଶଂସା କରିଥିଲେ । ସଭାସ୍ଥଳରେ ଉଭୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ୍‌, ଗ୍ରାଚୁଇଟି ମଂଜୁରୀ ଆଦେଶ ସହ ଅବସର ବିରତି ଆଦେଶ ପତ୍ରକୁ ଶ୍ରୀ ମାଝି ହସ୍ତାନ୍ତର କରିଥିଲେ । ଏଭଳି ଦକ୍ଷ, କୁଶଳୀ, ଦାୟିତ୍ୱବାନ୍ ଶିକ୍ଷକ ଦୁଇଜଣଙ୍କ ଅବସରରେ ବିଭାଗୀୟ ଅଧିକାରୀଙ୍କ ସମେତ ଶିକ୍ଷକ ମହଲରେ ଦୁଃଖର ଛାୟା ଖେଳିଯାଇଥିଲା । ଅବସର ଶେଷ ଦିନରେ ବରିଷ୍ଠ ପ୍ରଧାନ ଶିକ୍ଷକ ପାହ୍ୟାକୁ ଉତୀର୍ଣ୍ଣ ହେବାର ସୈାଭାଗ୍ୟ ପାଇଥିବାରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।


ରାୟଗଡା ଜିଲ୍ଳାରେ ଦୀର୍ଘ ଦିନ ପଦୋନ୍ନତି ସଂପର୍କୀତ ବିବାଦ ଲାଗି ରହିଥିବା ବେଳେ ଗତ ୨୮ ଓ ୨୯ତାରିଖରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଶିକ୍ଷକ ପଦୋନ୍ନତି ପାଇବା ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷକ ସଂଘର ମିଳିତ ଉଦ୍ୟମରେ ସମ୍ଭବ ହୋଇ ପାରିଥିବାରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଳା ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟକ୍ରମରେ ଏପରି ଆଦର୍ଶ ୨ଜଣ ଶିକ୍ଷକଙ୍କୁ ବିଭାଗ ହରାଉଥିବାରୁ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଶିକ୍ଷକଙ୍କୁ ନିଜ ଆଦର୍ଶ ଦ୍ୱାରା ଅନ୍ୟକୁ ଅନୁପ୍ରାଣିତ କରି ସଦା ପ୍ରଶଂସିତ ରହିବା ପାଇଁ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହା ସମସ୍ତଙ୍କୁ ପ୍ରେରିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉତମ କୁମାର ଜେନା ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସଂପାଦକ ନୀଳାଂଚଳ ମିଶ୍ର,ଗୈାରୀ ମିଶାଲ, ନରେଶ ସିଂ, ଦୀପକ ରାଉତ, ସୁଶାନ୍ତ ସ୍ୱାଇଁ, ଫକିର ମୋହନ ଦାସ, ଗଙ୍ଗାରାଜୁ ବ୍ର୍ରହ୍ମା, ଆନନ୍ଦ ମାଣ୍ଡାଙ୍ଗି ତଥା ବିଦ୍ୟୁତ କଲୋନୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.