ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ସର୍ତକତା ସଚେତନତା ସପ୍ତାହ ପାଳନ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ସତର୍କତା ସଚେତନତା ସପ୍ତାହ -୨୦୨୧ର ଉଦଯାପନୀ ଉତ୍ସବ ମହାଆଡମ୍ବର ସହିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗ ଓ ଭାରତୀୟ କପାସ୍ ନିଗମ, ଓଡିଶା ରାଜ୍ୟ ମୁଖ୍ୟ ଶାଖାର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରୋଫେସର ଭି.ଆର. ରତ୍ନଶ୍ରୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu


ସେହିପରି ମୁଖ୍ୟ ଅତିଥି ଭାବେ ଭାରତୀୟ କପାସ ନିଗମ, ରାୟଗଡା ରାଜ୍ୟ ଶାଖାର ସଂଯୋଜକ (ସର୍ତକତା) ସୁନୀଲ କୁମାର ପାତ୍ର, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ.ପ୍ରଶନ୍ନ କୁମାର ଗନ୍ତାୟତ ଓ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଇଂରାଜୀ ଅଧ୍ୟାପକ ତଥା ରେଡକ୍ରସ କାଉନସେଲର ଏମ. ଶ୍ରୀନିବାସ ଆୟର ମଂଚାସୀନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ଓ ଜନ ସଚେତନତା ଆଭିମୁଖ୍ୟ ରଖି ଭୂମିକା ଅଭିନୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ସପ୍ତାହବ୍ୟାପିୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ୫୦ତମ ଥର ରକ୍ତଦାନ କରିଥିବା ମହାବିଦ୍ୟାଳୟର କର୍ମଚାରୀ ବାଳମୁକୁନ୍ଦମ ପଟ୍ଟନାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଦୁର୍ନୀତି ନିବାରଣ ଉପରେ ସମସ୍ତେ ଶପଥ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥଲା ଏବଂ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀନିିବାସ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.