କୋରାପୁଟବାସୀ ପାଇଲେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ

● ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଏନେଇ ଏକ ଭବ୍ୟ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ୩.୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରାଯାଇଥିଲା। ଏହାସହ ୮୬୬କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଭିସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କୋରାପୁଟ ଜିଲ୍ଲା ସଦର ମହକୁମାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତି ରହିଥିଲେ।

Omkar Vasthu
Omkar Vasthu

ଏହିସ୍ମାର୍ଟ କାର୍ଡ ମାଧ୍ୟମରେ ୧୫୮୯ ଟି ଚିହ୍ନଟ ହୋଇଥିବା ରୋଗ ମଧ୍ୟରୁ ୪୬ ଟି ରୋଗର ଚିକିତ୍ସା ସ୍ଥାନୀୟ ସରକାରୀ ଚିକିତ୍ସାଳୟ ଠାରୁ ଆରମ୍ଭ କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବିନା ଖର୍ଚ୍ଚରେ ଯୋଗାଇ ଦିଆଯିବ। ୧୫୫ ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବେସରକାରୀ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିବ। ତେବେ ସର୍ବାଧିକ ୧୫୮୯ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସ୍ମାର୍ଟ କାର୍ଡ ବ୍ୟବହାର କରି ସରକାରଙ୍କ ଦ୍ବାରା ସ୍ଥିରୀକୃତ ବେସରକାରୀ ଚିକିତ୍ସାଳୟରେ ବିନା ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିବେ ବୋଲି ଡାକ୍ତର ବେଉରା ସ୍ପଷ୍ଟ କରିଛନ୍ତି। ଏଥିପାଇଁ କୋରାପୁଟ ଓ ଜୟପୁରରେ ଗୋଟିଏ ଲେଖାଏଁ ବେସରକାରୀ ହସ୍ପିଟାଲକୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ଆଉ କିଛି ହସ୍ପିଟାଲ ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଚାରୋଟି ବେସରକାରୀ ହସ୍ପିଟାଲକୁ ସାମିଲ କରାଯାଇଛି। ଏହି ସମସ୍ତ ବେସରକାରୀ ହସ୍ପିଟାଲରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚକୁ ସ୍ମାର୍ଟକାର୍ଡର ବ୍ୟବହାର ମାଧ୍ୟମରେ ଓଡିଶା ସରକାର ବହନ କରିବେ ବୋଲି ଡାକ୍ତର ବେଉରା ଜଣାଇଛନ୍ତି। ତେବେ ଜିଲ୍ଲାର ମୋଟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏ କାର୍ଡ ବଣ୍ଟା ଯିବ ବୋଲି ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.