ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼: ଓଡିଶା ଜିଇଓ ଟେଗ କର୍ମଚାରି ମହାସଂଘ ସହବନ୍ଧିତ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ଟିଟିଲାଗଡ଼ ପକ୍ଷରୁ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପଦେବାରେ ଜିଓଟେଗ୍ କର୍ମଚାରୀଙ୍କର ସ୍ୱତନ୍ତ୍ର ଭୂମିକା ରହିଛି। ୫ବର୍ଷ ଧରି ଜିଓଟେଗ୍ କର୍ମଚାରୀମାନେ ବିପିଜିଓ୍ବାଇ, ପିଏମଏଓ୍ବାଇ, ଆଇଏଓ୍ବାଇ, ଏନ୍ଏସପିଜିଓ୍ବାଇ ଆଦି କାର୍ଯ୍ୟ ସହ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଏମାନେ ପିଇଓଙ୍କୁ ସହଯୋଗ କରି ଆସୁଛନ୍ତି। ଏହାବାଦ ମଧ୍ୟ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଏହିମାନେ ନିୟୋଜିତ ହୋଇଥାନ୍ତି। ତେଣୁ ମାସିିକ ମାନଦେୟ ସହିତ କାର୍ଯ୍ୟଚିଠା ପ୍ରଦାନ, ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ପୋଷ୍ଟ(ଡ଼ାଟା ଏଣ୍ଟ୍ରି) ପ୍ରଦାନ, ମାସିକ ଯାତାୟତ ସହାୟତା, ଟ୍ୟାଗ ଅଫିସର ଇନସେଣ୍ଟିଭ ଦିଆଯାଉ ବୋଲି ଦାବୀ କରାଯାଇଛି। ସଂଘର କାର୍ଯ୍ୟକର୍ତ୍ତାମାନେ ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ଉପଜିଲ୍ଲାପାଳ ଟିଟିଲାଗଡ଼ ଓ ଗୋଷ୍ଠୀଉନ୍ନୟନ ଅଧିକାରୀ ଟିଟିଲାଗଡ଼ଙ୍କୁ ପ୍ରଦାନ କରିଥିଲେ। ଦାବୀପତ୍ର ପ୍ରଦାନ ସମୟରେ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ଟିଟିଲାଗଡ଼ ବ୍ଲକର କାର୍ଯ୍ୟକର୍ତ୍ତା କୁଞ୍ଜ ଆଡଜୁଆଡ, ଦେବବ୍ରତ ଛତର, ଟୁକେନ୍ଦ୍ର ବଗର୍ତ୍ତି, ଦଶରଥ ଗହୀର, ବାବୁଲାଲ ବାଗ, ଗିରିଧାରୀ ନାଗ, ଭବାନୀ ମାଝୀ, କୋଦଣ୍ଡଧର ମାଝୀ, ନିତିଶ କୁମାର ପାଣିଗ୍ରାହୀ, ଅରବିନ୍ଦ ରଣା, ସୁରେନ୍ଦ୍ର ଛତର, ଖୁସିରାମ ବଗର୍ତ୍ତି, ପ୍ରଦୀପ କୁମାର ସାହୁ, ମୁକେଶ କୁମାର ନିଆଲ, ଆନନ୍ଦ ମହାନନ୍ଦ ଓ ଜଗନ୍ନାଥ କୁମାର ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.