ଆଞ୍ଚଳିକ ବସ୍ତାରେଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତାରେଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ସାହୁ ସଭାରେ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଖୁସିରାମ ସୁନା ମୁଖ୍ୟ ଅତିଥି ଓ ଇଂଗ୍ରାଜୀ ବିଭାଗ ଅଧ୍ୟାପକ ଶିଶିର କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣେଇ ନେଇ ଏକ ପତ୍ନିବ୍ରତ ଓ ଏକ ପତିବ୍ରତାର ବ୍ରତି ହେଲେ ଏଡ୍‌ସ ଭଳି ମାରାତ୍ମକ ରୋଗରୁ ସୁରକ୍ଷିତ ରହିପାରିବା ବୋଲି ମତବ୍ୟକ୍ତ କରିଥିବା ବେଳେ ମୁଖ୍ୟ ଅତିଥି ଡ. ସୁନା ଏଡ୍‌ସର କାରଣ, ନିରାକରଣ ଓ ସଚେତନତା ଉପରେ ବିଷଦ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ଜାଣିଲେ ଜିଣିବା’ ଶିର୍ଷକରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁବ ରେଡକ୍ରସ ପରାମର୍ଶଦାତା ଅଗସ୍ତି ସୁନାନୀ କାର୍ଯକ୍ରମ ପରିଚାଳନା କରିଥିଲାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.