ୱାର୍ଲଡଭିଜନ ତରଫରୁ ଶିଶୁ ସୁରକ୍ଷା ଉପରେ ସଚେତନତା ରେଲି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳରେ ଗତ ୫ ବର୍ଷ ହୋଇଗଲାଣି ବିଶ୍ୱ ସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାର୍ଲଡଭିଜନ ତରଫରୁ ଶିଶୁ ସୁରକ୍ଷାକୁ ନେଇ ବିଭିନ୍ନ କର୍ମଶାଳା, ସଚେତନତା ରେଲି, ସଭା ସମିତି ମାନ ଚାଲି ଆସୁଥିବା ବେଳେ ଚଳିତ ବର୍ଷ ଶିଶୁ ଦିବସ ନଭେମ୍ବର-୧୪ ରୁ ପୁଣି ଆରମ୍ଭ ହୋଇଛି ଶିଶୁ ସୁରକ୍ଷା ଅଭିଯାନ ସମ୍ବନ୍ଧିତ କାର୍ଯ୍ୟକ୍ରମ। ଏହିକ୍ରମରେ ୱାର୍ଲଡଭିଜନ ନର୍ଲା ଏଡିପିର ଫିଲ୍ଡ ସୁପରଭାଇଜର ପ୍ରତିମା ତାଣ୍ଡିଙ୍କ ନେତୃତ୍ୱରେ ସରିଆଁ ଓ ରାକ୍ସୀରେ ଶିଶୁ ସୁରକ୍ଷା ଉପରେ ଏକ ସଚେତନତା ରେଲି କରାଯାଇଥିଲା। ଏଥିରେ ବାଲ୍ୟ ବିବାହ, ଶିଶୁ ମାନଙ୍କୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ ଉଚ୍ଛେଦ ପ୍ରଭୃତି ବିଷୟରେ ଜନସଚେତନତା ସୃଷ୍ଟି ନିମନ୍ତେ ରେଲି କରାଯାଇଥିଲା।

Omkar Vasthu
Omkar Vasthu


ଏଠାରେ ପ୍ରକାଶ ଯୋଗ୍ୟ ଯେ, ୱାର୍ଲଡ ଭିଜନ ତରଫରୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ “କେଆର ଗୃପ ମୋଡେଲ” କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ନର୍ଲା ବ୍ଲକ ର ୧୧ ଗୋଟି ଗ୍ରାମ ପଞ୍ଚାୟତରେ “ଶିଶୁ ସୁରକ୍ଷା ଅଭିଯାନ” ଉପରେ କାର୍ଯ୍ୟ ଚାଲିଛି । ଏଥିପାଇଁ ଗତ ସପ୍ତାହରେ ଶିଶୁ ସୁରକ୍ଷା ସଚେତନତା ରଥ ମଧ୍ୟ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇ ଅଞ୍ଚଳ ପରିକ୍ରମା କରିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର ଭର୍ଚ୍ଚୁଆଲ ମିଟିଂରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ନର୍ଲା ବ୍ଲକର ରୁପ୍ରାରୋଡ, ସରିଆଁ ଓ ରାକ୍ସି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶିଶୁ ସୁରକ୍ଷା ଉପରେ ସଚେତନତା ରେଲି କରାଯିବା ସହ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏହି ବୈଠକରେ ସରିଆଁର ଅବସରପ୍ରାପ୍ତ ଶିକ୍ଷକ ଜଗୁଲାଲ ଭୋଇ ସଭାପତିତ୍ୱ କରିଥିବା ବେଳେ ନର୍ଲା ଜୋନ୍-୨ ର ଜିଲ୍ଲାପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ସରିଆଁ ସମିତି ସଦସ୍ୟା ନନ୍ଦିନୀ ଭୋଇ, ଅନୁସୂଚୀତ ଜାତି ଫେଡେରେସନର ବରିଷ୍ଠ ସଦସ୍ୟ ରଘୁନାଥ ଦୀପ ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷା ଓ ଜନସାଧାରଣଙ୍କ ଦାଇତ୍ୱ ବିଷୟରେ ଉପସ୍ଥିତ ଜନସାଧାରଣ ଓ ଶିଶୁ ମାନଙ୍କୁ ବୁଝାଇଥିଲେ। ଫିଲଡ୍ ସୁପରଭାଇଜର ପ୍ରତିମା ତାଣ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନର୍ଲା ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ଏହି ଶିଶୁ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାନୁୟାରୀ ଶେଷ ଯାଏଁ ଚାଲିବ ବୋଲି ଶ୍ରୀମତୀ ତାଣ୍ଡି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.