ଭାନପୁରରେ କ୍ରପ କଟିଂ ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଚଳିତ ବର୍ଷ ମଧ୍ୟ ଶୀତଋତୁ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷ କ୍ଷତି ସହିଥିବା ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନିମନ୍ତେ କ୍ରପ କଟିଂ ଆରମ୍ଭ ହୋଇ ଯାଇଛି। ମଧ୍ୟମ ସମୟ ଅବଧି ଓ ବଡ ଧାନ ସବୁ ଶୀତ ଋତୁରେ ପାଚି ଯାଇଥାଏ। ଏଣୁ ଏହି ସମୟରେ କୃଷି ବିଭାଗ ତରଫରୁ କ୍ରପ କଟିଂ ଅନୁଷ୍ଠିତ ହୋଇଥାଏ। ଏଣୁ ଏହି ସପ୍ତାହହରେ ଆରମ୍ଭ ହୋଇଯାଇଛି କ୍ରପ କଟିଂ। ଶୁକ୍ରବାର ଭାନପୁର ଗ୍ରାମ ପଞ୍ଚାୟତର ଗୋଡାଙ୍ଗଗୋଛା, ଭାନପୁର ଓ କମେଗାଁ ରେ କ୍ରପ କଟିଂ ଅନୁଷ୍ଠିତ ହୋଇଥିଲା।ଗୋଡାଙ୍ଗଗୋଛାର ଚାଷୀ ମନୀନ୍ଦ୍ର ମାଝୀଙ୍କ ପ୍ଲଟ ନଂ- ୧୪୩ ରେ ପ୍ରଥମେ କ୍ରପ କଟିଂ କରାଯାଇଥିଲା। ଏଥିରେ ୨୫ ବର୍ଗ ମିଟର ଧାନ ଜମିରେ ୧ କିଲୋ ୬୫ ଗ୍ରାମ ଧାନ ବାହାରିଥିବା ବେଳେ ଭାନପୁର ଋତୁରାଜ ପଧାନଙ୍କ ଜମିରେ ୨୫ ବର୍ଗମିଟର ରେ ୩ କିଲୋ ୩୨୦ ଗ୍ରାମ ଧାନ ଉତ୍ପାଦିତ ହୋଇଥିବା ଜଣାପଡିଥିଲା।

Omkar Vasthu
Omkar Vasthu


ସେହିଭଳି କମେଗାଁର ଦେବାର୍ଚ୍ଚନ ବାଗ୍ ଙ୍କ ପ୍ଲଟ ନଂ- ୧୯୯ ଧାନ ବିଲରେ ୨୫ ବର୍ଗମିଟରରେ ୪ କିଲୋ ୨୦ ଗ୍ରାମ ଧାନ ମିଳିଥିଲା। ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରପ କଟିଂ ଅନୁଷ୍ଠିତ ହୋଇଥିଲା। ଏହା ୨୫ ବର୍ଗ ମିଟର ବର୍ଗକ୍ଷେତ୍ର ଯୁକ୍ତ ଧାନ ଚାଷ କରାଯାଇଥିବା ଜମିର ଏକ ସ୍ଥାନରେ ମାପ କରାଯାଇ କ୍ରପ କଟିଂ କରାଯାଇଥିଲା। କେନ୍ଦ୍ର କୃଷି ବୀମା କମ୍ପାନୀର ବ୍ଲକ୍ ସଂଯୋଜକ ତୁଳସୀ ଦଳପତି ଓ ସ୍କାଏମେଟ ସୁଧିର ନାଗ ଉପସ୍ଥିତ ରହି କ୍ରପ କଟିଂ କରିଥିଲେ। ଚଳିତ ବର୍ଷ ହୀନ ବୃଷ୍ଟି ଯୋଗୁଁ ନର୍ଲାର ମାତ୍ର କେତେକ ଜଳସେଚିତ ଅଞ୍ଚଳକୁ ଛାଡିଦେଲେ ନର୍ଲା ବ୍ଲକ୍ ର ପ୍ରାୟତଃ ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଭୟାବହ ମରୁଡି ପରିସ୍ଥିତି ଦେଖା ଦେଇଛି। ଅଞ୍ଚଳର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀ ମହଲରେ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି।

Pearl dental clinic
Near Ashish Medical Store, Bhawanipatna


ଭାନପୁର ଗ୍ରାମ ପଞ୍ଚାୟତର ତିନିଗୋଟି ଜମିରେ କରାଯାଇଥିବା କ୍ରପ କଟିଂ ରେ ୨୫ ବର୍ଗମିଟର ଏରିଆରେ ବାହାରିଥିବା ଧାନ ସବୁର ପରିମାଣକୁ ଆକଳନ କଲେ ଚଳିତ ବର୍ଷ ଧାନ ଚାଷ ସେତେ ଭଲ ହୋଇନଥିବା ମତବ୍ୟକ୍ତ କରିଛନ୍ତି ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ମହାପାତ୍ର।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.