ବଞ୍ଜାରୀ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକକୁ ପିଟିଲା ଟ୍ରକ, ବାଇକ ଚାଳକ ମୃତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଛତିକୁଡାରୁ ଲାଞ୍ଜିଗଡ ଯିବା ଜାତୀୟ ରାଜପଥ ରାସ୍ତାରେ ଆଜି ସକାଳ ୯ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍କୁଲ ଯାଉଥିବା ଶିକ୍ଷକଙ୍କ ବାଇକକୁ ପଛପଟେ ଧକ୍କା ଦେଇଛି ମାଲ ବୋଝେଇ ଭାରିଯାନ ଟ୍ରକ୍। ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥିତ ଲାଇଫଓ୍ବାର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ୯ ଘଣ୍ଟା ସମୟରେ ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବରାଜ ବାଗ ପ୍ରତିଦିନ ଭଳି ତାଙ୍କ ବିଦ୍ୟାଳୟ ଡୁ୍ୟଟିରେ ଯାଉଥିଲେ। ବଞ୍ଜାରୀ ଘାଟିରୁ ଗଡାଣିଆରେ ଓହ୍ଲାଉଥିବା ବେଳେ କିଡଙ୍ଗ ଓ ବଞ୍ଜାରୀ ଘାଟି ମଝିରେ ପଛପଟୁ କ୍ଷୀପ୍ର ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ (ଗାଡି ନଂ- ସିଜି ୦୪ ଏମ୍- ୮୭୨୩) ଖୁବ୍ ଯୋରରେ ଶିକ୍ଷକ ଶ୍ରୀ ବାଗଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ (ବାଇକ ନଂ- ଓଆର ୧୦ ଇ- ୩୨୭୨)କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଫଳରେ ବାଇକଟିର ପଛ ଭାଗ ଟ୍ରକର ଇଞ୍ଜିନ ସମ୍ମୁଖରେ ଲାଗିଯାଇ ଉଚ୍ଚକୁ ଉଠି ଯାଇଥିଲା। ବାଇକ ଚାଳକ ଶିକ୍ଷକ ଶ୍ରୀ ବାଗ ଗାଡିରୁ ଖୁବ୍ ଯୋରରେ ଛିଟିକି ପଡିବା ଫଳରେ ତାଙ୍କ ଦୁଇ ଗୋଡର ନଳୀ ହାଡ ଭାଙ୍ଗିଯିବା ସହ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା। ସେଠାରୁ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଲାଇଫଓ୍ବାର୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସଦ୍ୟ ପ୍ରାପ୍ତ ଖବର ଅନୁସାରେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖିବା ସହିତ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଦୂର୍ଘଟଣା ପରେ ପରେ ନର୍ଲା ଥାନାରେ ଶିକ୍ଷକଙ୍କ ଭାଇ ପ୍ରମୋଦ ବାଗ ଏକ ଏତେଲା ଦାଏର କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.