ସମାଜସେବୀଙ୍କ ସହଯୋଗରେ ବୃଦ୍ଧ ପାଇଲେ ହୁଇଲଚେୟାର

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କାଉଡୋଳା ଗାଁର ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ କଷ୍ଟରେ ରହୁଛନ୍ତି। ନିଜର ବୋଲି କେହି ନଥିବାରୁ ସେ ବାହାର କୁ ଯିବା ଆସିବା, ଲାଟ୍ରିନ ଯିବା ସମୟରେ ମଧ୍ୟ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ତାଙ୍କୁ ହୁଇଲଚେୟାର ଟିଏ ଦେବାକୁ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଏହି ସମସ୍ୟା ବିଷୟରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଜାଣିଲା ପରେ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଓ କୋକସରା ବ୍ଲକ ପ୍ରଶାସନଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଇ ତାଙ୍କୁ ହୁଇଲଚେୟାର ଦେବାକୁ ନିବେଦନ କରିଥିଲେ। ଅଭିଯୋଗ ପାଇଲା ପରେ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ତାଙ୍କୁ ହୁଇଲଚେୟାର ପ୍ରଦାନ କରିଛନ୍ତି। ହୁଇଲଚେୟାର ପାଇଲା ପରେ ବୃଦ୍ଧା ମଧ୍ୟ ଖୁସି ଥିବା କହିଛନ୍ତି। ସମାଜସେବୀ ଯଶୋବନ୍ତ ରଣା ଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ଢେର ସାରା ପ୍ରଶଂସା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.