ନୂଆପଡ଼ା: ସ୍ଥାନୀୟ ଠାକୁରପଡା ଠାରେ ଜଣେ ବିବାହିତ ମହିଳା ବିଷ ପାନ କରି ପ୍ରାଣ ହାରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ୟାମିନୀ ସିଂ(୨୨) ବୋଲି ଜଣାପଡିଛି। ବୁଧବାର ସନ୍ଧ୍ୟାରେ ଠାକୁରପଡାର ୟାମିନୀ କୌଣସି କାରଣକୁ ନେଇ ବିଷ ପାନ କରିଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସଦର ଥାନା ପୁଲିସ ହସ୍ପିଟାଲରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗୁରୁବାର ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ଓ ଏହି ଘଟଣା ଉପରେ ଅଧିକ ତଦନ୍ତ ଚାକିଥିବା ଏସଆଇ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in