ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଋଣ ମେଳା

କଳାହାଣ୍ଡି, (ହେମନ୍ତ ସାହୁ): ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକଠାରେ ୩ ଦିନିଆ ରୁଣ ମେଳା କାର୍ଯ୍ୟକ୍ରମ ଚାଲୁରହିଛି। ବ୍ଲକରେ ମୋଟ ୧୬୦୦ ସ୍ଵଂୟ ସହାୟକ ଗୋଷ୍ଠୀ ଜଡ଼ିତ ରହିଥିବା ସୂଚନା ରହିଛି। ଏହି ଋଣ ମେଳା ଆସନ୍ତା କାଲି ଯାଏଁ ଚାଲୁ ରହିବ ବୋଲି ସୂଚନା ରହିଛି। ଏଥିରେ ପୂର୍ବରୁ ୩୨୩ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୪୯ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଗତ କାଲିଠୁ ଆଜି ଯାଏଁ ୪୭୦ ବ୍ୟାଙ୍କ୍ ଲିଙ୍କେଜ ଆବେଦନ ପତ୍ର ଋଣ ପ୍ରଦାନ ନିମନ୍ତେ ଗ୍ରହଣ ହୋଇଛି। ଏଥିରେ ୪ ଟି ବ୍ୟାଙ୍କ ଯଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ମ. ରାମପୁର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଉର୍ଲାଦାନି ଶାଖା,

Omkar Vasthu
Omkar Vasthu

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ. ରାମପୁର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋହନଗିରି ଓ ସମବାୟ ସମିତି ମ. ରାମପୁର ପକ୍ଷରୁ ଋଣ ପ୍ରଦାନ ପାଇଁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଆଜି ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ସଦ୍ୟସ୍ୟା ମାନେ ମ. ରାମପୁର ଚାରିଛକରୁ ଏକ ଶୋଭା ଯାତ୍ରା କରି ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ବନ୍ଧରେ ଗ୍ରାମ ସ୍ତରୀୟ ସଚେତନାତା କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଯାଇଥିଲେ। ପରେ ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ଯାଏଁ ପହଞ୍ଚିଥିଲା । ଏଥିରେ ମିଶନ ଶକ୍ତି ବିଭାଗର ବି.ପି.ସି. ସତ୍ୟବାନ ସାହୁ, ବି.ପି.ଏ.ସି.ଏ. ଆଦିତ୍ୟ ମାହାଖୁଡ ଓ ଓଡ଼ିଶା ଜୀବିକା ମିଶନ ବିଭାଗ ର ବି. ପି.ଏମ. ଦୀପ୍ତି କିଶୋର ନାୟକ, ବି.ଏଲ.ସି. ପୃଥିରାଜ ସାହୁ, ବତନ ସିଂ ପାତ୍ର, ସୁଧୀର କୁମାର ନାୟକ, ବି.ଆର୍.ଏଲ୍.ପି. ସତ୍ୟ ବ୍ରତ ପରିଡ଼ା ଏବଂ ଉକ୍ତ ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘର ଏମ.ବି.କେ., ସି. ଆର.ପି., କୃଷୀ ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ଇ.ଏଲ.ଏସ.ପି. ପ୍ରମୁଖ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.