କାଶୀପୁରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା

କାଶିପୁର, (ଆଲାରାମ ଭତ୍ରା): ଜଳବାୟୁ ଉପରେ ଓଡ଼ିଶାର କୃଷି ନିର୍ଭରଶୀଳ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷି ଉପରେ ପଡୁଛି। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ହେତୁ ଚାଷୀଙ୍କ ପ୍ରଗତି ହୋଇପାରୁନାହିଁ। ଅଦିନିଆ ବର୍ଷା, ଶୀତ, ଖରାର ଦୃତ ପରିବର୍ତ୍ତନର ପ୍ରଭାବ ଚାଷ ଓ ଚାଷୀମାନଙ୍କର କ୍ଷତି ଘଟାଉଥିବା ରାୟଗଡା ଜିଲ୍ଲା କାଶୀପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଅଗ୍ରଗାମୀ ପରିସରରେ ଆୟୋଜିତ ଦୁଇଦିନିଆ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନାରେ ଯୋଗଦେଇ ଅତିଥିମାନେ ଏହି ମତ ରଖିଥିଲେ।

Omkar Vasthu
Omkar Vasthu


ଅଗ୍ରଗାମୀର ଅଧ୍ୟକ୍ଷ ଅଚ୍ୟୁତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାୟୁ ସମ୍ପର୍କିତ ଆଲୋଚନାରେ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ପ୍ରାୟ ପାଞ୍ଚଶହ ଚାଷୀ ଯୋଗଦେଇ ବର୍ତ୍ତମାନର ମାଟି, ପରିବେଶ ଓ ଫସଲର ସୁରକ୍ଷାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ମତ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ବିଦ୍ୟା ଦାସ, ଜଳଛାୟା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଚୌଧୁରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗଣେଶ୍ବର ସାମନ୍ତରାୟ, ସହକାରୀ କୃଷି ଅଧିକାରୀ ତିରୁପତି ସିନିପିନି, କୃଷି ଅଧିଦର୍ଶକ ଡମ୍ବରୁ ନିମାଲ ପ୍ରମୁଖ ମାଟି ଓ ପରିବେଶ ସମ୍ପର୍କିତ ଆଲୋଚନା କରିବା ସହ କାଶୀପୁରରେ ଏହାର ପ୍ରଭାବ ଉପରେ ମତ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna


କାଶୀପୁରର ଯୁବ ଲେଖକ ନିରଞ୍ଜନ ନାୟକ ଏଥିରେ ଯୋଗଦେଇ କାଶୀପୁର ମାଟିରେ ଜଳବାୟୁ ପରିବର୍ତ୍ତନ ଓ କ୍ଷୁଦ୍ରଦାନାଶସ୍ୟ ଉପରେ ମତ ରଖିଥିଲେ। କାଶୀପୁରର ସମାଜସେବୀ ସୁମନୀ ଝୋଡ଼ିଆ, ଘାସେନ ଝୋଡ଼ିଆଙ୍କ ସମେତ ଅଗ୍ରଗାମୀ ଅନୁଷ୍ଠାନର ଅତୁଲ୍ୟ ନାୟକ, ପ୍ରମୋଦ ପଣ୍ଡା, ଉମାକାନ୍ତ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ କନକମଣୀ ଦାଶ, ଅଭିରାମ ଝୋଡ଼ିଆ, କମ୍ବୁ ମାଝି, ସେମିଳି ବାବୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.