ମାଣିକେଶ୍ବରୀଙ୍କ ପୁରାତନ ମନ୍ଦିରର କିଛି ଅଂଶ ଭାଙ୍ଗିବା ନେଇ ନିଆଗଲା ମାଁ’ଙ୍କ ଅନୁମତି

ଥୁଆମୁଳ ରାମପୁର, (ଦୁର୍ଗାକୀର୍ତି): କଳାହାଣ୍ଡି ଜିଲ୍ଲା  ଥୁଆମୂଳ ରାମପୁର ଠାରେ ଥିବା ବହୁପୂରାତନ ଆଦି ପୀଠ ଶକ୍ତିପୀଠ ମାଁଙ୍କ ମନ୍ଦିର ରଜାରାଜୁଡା ସମୟରେ ନିର୍ମାଣ ହୋଇଥିଲା। ଏହି ମନ୍ଦିର ଆଜକୁ ପ୍ରାୟ ଆଠଶହ ବର୍ଷର ବୋଲି ଅନୁମାନ କରାଯାଏ। ମାଁଙ୍କ ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି। ଏନେଇ ଅଞ୍ଚଳର କିଛି ଲୋକ ଓ ପୂଜାକମିଟିର ଅନୁରୋଧ କ୍ରମେ ପୂରୁଣା ମନ୍ଦିର କିଛି ଅଂଶ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ ଦିଗରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସ୍ଥାନୀୟ ବିଧାୟକ ଓ ଶକ୍ତି ଶିଳ୍ପ ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ ପୂର୍ବତନ ଲୋକସଭା ସଂସଦ ଓ ପୂଜାକମିଟି ଜଣାଇଥିଲେ।

Omkar Vasthu
Omkar Vasthu


ଏହା ଉପରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ଦୁଇକୋଟି ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ତେଣୁ ମାଁଙ୍କ ପୂରୁଣା ମନ୍ଦିର ଗର୍ଭଗୃହର ବାହାର କିଛି ଅଂଶ ଭଙ୍ଗିବାର ଆବଶ୍ୟକ ରହିଅଛି। ମାଁ ମାଣିକେଶ୍ବରୀ ଙ୍କୁ ଅନୁମତି ଲୋଡିଛନ୍ତି। ପୂଜାର୍ଚ୍ଚନା କରାଯିବା ସହିତ ସନ୍ତୁଷ୍ଟ କରାଯିବା ପାଇଁ ଭବାନୀପାଟଣା ମାଁ ମାଣିକେଶ୍ବରୀ ମନ୍ଦିରର ପୂଜକ ଅଶ୍ବିନୀ କୁମାର ମଣ୍ତ ଓ ଦକ୍ଷିଣ କାଳୀ ମନ୍ଦିର ପୂଜକ ଶ୍ରୀ ବସନ୍ତ କୁମାର ପାଢ଼ୀ ପୂଜାକମିଟିର ଅନୁରୋଧ କ୍ରମେ ମାଁ ମାଣିକେଶ୍ବରୀ ଙ୍କ ଠାରେ ବିଭିନ୍ନ ମନ୍ତ୍ର ସହ ଚଣ୍ତିପାଠରେ ମାଁଙ୍କୁ ଆବହନ କରି ପୂର୍ବକ ପୂଜାର୍ଚ୍ଚନାର କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଅଳ୍ପ ଦିନ ଭିତରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ନୂତନ ମନ୍ଦିର ନିର୍ମାଣ ଅବସରେ ଭର୍ଚୂଆଲ ମାଧ୍ୟମରେ ଶିଳାନ୍ୟାସ କରିବେ ବୋଲି ସୂଚନାରୁ ଜଣାପଡିଛି। ଏହି କାର୍ଯ୍ଯକ୍ରମରେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ପୂର୍ବତନ ବିଧାୟକ ଶ୍ରୀ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ଶ୍ରୀ ଅର୍କକେଶରୀ ଓ ପୂର୍ବତନ ଲାଞ୍ଜିଗଡ ବିଧାୟକ ଶ୍ରୀ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଭଦ୍ରବ୍ୟକ୍ତି ପୂଜାକମିଟିର ସଦସ୍ୟ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.