ଜୋନାଲ ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ଶିବିର ଉଦଯାପିତ

ଭବାନୀପାଟଣା: ଗୁଡ଼ିଆଳିପଦର ହାଇସ୍କୁଲ ପରିସରରେ ତିନିଦିନ ଧରି ଚାଲିଥିବା ଭାରତ ସ୍କାଉଟ ଗାଇଡ଼ର ଜୋନାଲ ସ୍ତରୀୟ ଶିବିର ଉଦଯାପିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସିଆରସିସି ବିଶ୍ୱଜିତ ରାଏ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷା ସନ୍ତୋଷିନି ଦାସ, ସମାଜସେବୀ ଶୂନ୍ୟ ମଙ୍ଗରାଜ, ଲକ୍ଷ୍ମୀଧର ତାଣ୍ଡି, ପୂର୍ବ ସରପଞ୍ଚ ରୀନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ ଆଇପିଇ ତଥା ଜିଲ୍ଲା ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା। ଆୟୋଜକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନୀଳମଣି ଦୁର୍ଗା ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ସହଶିକ୍ଷକ ନୀଳମଣି ସେନାପତି । କାର୍ଯ୍ୟକ୍ରମରେ ଡିଟିସି ଧୀରେନ୍ଦ୍ର ପଣ୍ଡା, ଡିଓସି ମନୋରଞ୍ଜନ ସାହୁ, ସୁବାଷଚନ୍ଦ୍ର ନାଗ, ରାମ ପ୍ରଧାନ, କୁମୁଦ ଦୋରା, ତୁନେଶ୍ୱର ସା, ଶିବାନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କେସିଙ୍ଗା, ଲାଞ୍ଜିଗଡ଼ ଓ ଭବାନୀପାଟଣା ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଶିକ୍ଷାର୍ଥୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.