ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ସ୍ବେଛାସେବୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସଦର ବ୍ଲକ ତିଲଜୋଡି ଗାଁ ଠାରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ବାଇକରେ କଛାରପଡ଼ାର ଦୁଇ ଜଣ ଯାତ୍ରୀ ତିଲଜୋଡି ପାଖ କାରଟିକଲି ଗାଁକୁ କୌଣସି କାମପାଇଁ ଯାଉଥିଲେ । ତିଲଜୋଡି ଗାଁକୁ ଆସିବାପାଇଁ ବହୁତ ଜାଗାରେ ରାସ୍ତାରେ ବୁଲାଣି ରହିଛି ଫଳରେ ଏହି ଜାଗାରେ ଏହି କିଛିବର୍ଷ ମଧ୍ୟରେ ଅନେକ ଦୁର୍ଘଟଣା ଘଟୁଛି । ଠିକ ଆଜି ମଧ୍ୟ ବାଇକରେ ଆସୁଥିବା ସମୟରେ ଏହି ଯାତ୍ରୀମାନେ ଭାରସାମ୍ୟ ହରାଇ ପଡିଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ ଦେଖି ସ୍ଥାନୀୟ ତିଲଜୋଡି ଗାଁର ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ କରି ଜଣେଇଥିଲେ । ଖବର ପାଇଲାପରେ ସମାଜସେବୀ ରଣା ପହଂଚି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣେଇଥିଲେ । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିସୟାଲୟ ପଠେଇଥିଲେ । ଜଣେ ବ୍ୟକ୍ତି ଗୁରୁତ୍ୱର ଥିବାବେଳେ ଅନ୍ୟଜଣେ ବ୍ୟକ୍ତି ସାମାନ୍ୟ ଗୁରୁତ୍ୱର ଅଛନ୍ତି ।ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ମହେନ୍ଦ୍ର ନାଏକ, ଅମିତ ନାଏକ ପ୍ରମୁଖ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସହଯୋଗ କରିଥିଲେ । ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ରାସ୍ତାରେ ଯାଉଥିବା ପଥଚାରୀ ମନେ ଭୁୟସୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.