କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଆଇଁଲି ଗାଁର ପ୍ରେମାନନ୍ଦ ଶବର ଜନ୍ମରୁ ଦିବ୍ୟାଙ୍ଗ । ଶୈଶବ କାଳରୁ ସେ ଠିକ ଭାବରେ ଚାଲି ପାରନ୍ତି ନାହିଁ । ସେ ବାହାରକୁ ଯିବା କିମ୍ବା ଶୌଚାହେବା ପାଇଁ ଗଲେ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି । ତାଙ୍କର ଏହିପରି ଅବସ୍ଥାକୁ ଦେଖି ସେହି ଗାଁର କିଛି ଯୁବକ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ପ୍ରେମାନନ୍ଦଙ୍କ ଅସୁବିଧା ସମ୍ପର୍କରେ ଜଣେଇଥିଲେ । ସମସ୍ୟା ବିଷୟରେ ଜାଣିଲା ପରେ ସମାଜସେବୀ ଶ୍ରୀ ରଣା ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ କାର୍ଯ୍ୟରତ ଅରୁଣ ମହାପାତ୍ରଙ୍କୁ ଜଣେଇ ପ୍ରେମାନନ୍ଦଙ୍କୁ ଗୋଟିଏ ହୁଇଲଚେୟାର ଦେବାକୁ ନିବେଦନ କରିଥିଲେ । ଏହି ସମସ୍ୟାକୁ ବିଚାରକୁ ନେଇ ଗୋଲାମୁଣ୍ଡା ପ୍ରଶାସନ ପକ୍ଷରୁ ପ୍ରେମାନନ୍ଦଙ୍କୁ ଗତକାଲି ହୁଇଲଚେୟାର ଦେଇଛନ୍ତି । ହୁଇଲଚେୟାର ପାଇଲା ପରେ ପ୍ରେମାନନ୍ଦ ଖୁସିରେ ବସି ଗାଁ ସାରା ବୁଲିଥିଲେ । ହୁଇଲଚେୟାର ପାଇବାରେ ସହଯୋଗ କରିଥିବାରୁ ସମାଜସେବୀ ଯଶୋବନ୍ତ ରଣାଙ୍କୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।