ଗୋବର୍ଦ୍ଧନପୁରଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

ଲାଞ୍ଜିଗଡ: ଓଡିଶା ଡ୍ରାଇଭର ମହାସଙ୍ଘ ଲାଞ୍ଜିଗଡ ବ୍ଲକ ଶାଖାର ପଞ୍ଚାୟତ ସ୍ତରୀୟ ବୈଠକ ଗୋବର୍ଦ୍ଧନପୁର ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଏଡମିନ୍ ଅଶୋକ କୁମାର ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଏଡମିନ୍ ସୁଶିଲ କୁମାର ଜାଲ, ଅଖୟ ଦୋରା, ଟଙ୍କଧର ଗଉଡ, ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ଏଡମିନ୍ ବସନ୍ତ ରାଉତ, ନଲିନ ଗହିର, ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତ ଏଡମିନ୍ ପରମାନନ୍ଦ ସାହୁ, କାମେଶ୍ଵର ଦୋରା, ବାତେଲିମା ଗ୍ରାମ ପଞ୍ଚାୟତ ଏଡମିନ୍ ଗୋବିନ୍ଦ ଦଳପତି ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସେ ଗୁଡ଼ିକର ନିରାକରଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ପାଳିତ ହୋଇଥିଲା। ଏହି ଅବସରରେ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଏଡମିନ୍ ଭାବେ କିଶୋର ଗଉଡ଼, ହୃଷିକେଶ ମାଝୀ, କାର୍ତ୍ତିକ ଗଉଡ଼ ପ୍ରମୁଖ ମନୋନୀତ ହୋଇଥିବା ବେଳେ କମର୍ଦ୍ଧା ଗ୍ରାମ ପଞ୍ଚାୟତ ଏଡମିନ୍ ଭାବେ ରଙ୍ଗାଧର ବୁଦ୍ଧିଆ, ଜଗୁ ମାଝୀ, ଗୋକୁଳ ପାତ୍ରଙ୍କୁ ମନୋନୀତ କରାଯାଇଥିଲା। ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଥିବା ମହାସଂଘର କର୍ମକର୍ତ୍ତା ସାମିଲ ହୋଇଥିବା ବେଳେ ଶରତ ଧଙ୍ଗଡାମାଝୀ, ମୁକୁନ୍ଦ ଗହିର, ରମେଶ ଗଉଡ଼,ଡିଙ୍ଗର ସାହୁ, କାଳିଆ ଗଉଡ, ମିଥୁନ ପରାଭୋଇ, ମକରନ୍ଦ ଗଉଡ, ଭୁପେଦ୍ର ମାଝୀ, ରଞ୍ଜିତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.