ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ପିତୃବିୟୋଗ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ସାମ୍ବାଦିକ ତଥା ଯୁବୋଦ୍ୟୋଗୀ ପ୍ରଶାନ୍ତ ସାମନ୍ତରାଙ୍କ ପିତା ବିଜୟ ସାମନ୍ତରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହେଇଥିବାବେଳେ ଗତ କିଛି ମାସ ଧରି ସେ ବୟସଜନିତ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ । ତେବେ ଆଜି ଦିନ ଦୁଇଘଂଟା ପଇଁନ୍ତିରିଶ ମିନିଟ ସମୟରେ ନିଜ ବାସଭବନରେ ପରଲୋକ ପରେ ତାଙ୍କରି ଶେଷ ଦର୍ଶନ ପାଇଁ ଅନେକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମ.ରାମପୁର ଉତେଇ ନଦୀ କୂଳ ଶ୍ମସାନରେ ତାଙ୍କରି ସତ୍କାର କରାଯାଇଥିଲା । ଶେଷ ଦର୍ଶନ ସମୟରେ ଯୁବଦ୍ୟୋଗୀ ବିଭୂ ପ୍ରସାଦ ସାହୁ, କଂଗ୍ରେସ ନେତା ବିଭୂତି ଭୂଷଣ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ସାମ୍ବାଦିକ ଶୁଭେନ ପଟ୍ଟନାୟକ, ହେମନ୍ତ ସାହୁ ପ୍ରମୁଖଙ୍କ ସମେତ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.