ଆସ ଗୋ ନୂଆ ନୂତନ ଉନ୍ମାଦ ନେଇ
ସଭିଙ୍କ ମନ ମନ୍ଦିରେ
ନୂତନ ଶୟନେ ସପନେ ନେଇ ଆସ
ତୁମେ ପ୍ରତି ଦ୍ୱାରେ ।।
ହସୁ ଏ ଧରଣୀ ହସୁ ଏ ପୁଷ୍ପଲତା
ମାର୍ଗେ ଏକ ନୂତନ ସମ୍ଭାବନା
କାହାରି ମନେ ନ ରହୁ ପାତର ଅନ୍ତର
ବିଶ୍ୱାସେ ଭରି ଏ କାମନା ।।
କରୋନାର ଗ୍ରାସରେ ଆତଙ୍କିତ ଆଜି
ଛାରଖାର ଏ ଜଗତ
ହୃଦେ ପ୍ରାର୍ଥନା ହେ ଜଗନ୍ନାଥ ଠାକୁର
ଦେଖାଅ ମୁକ୍ତିର ବାଟ ।।
ଆଉ ଏକ ରାତି ଆମ ନବ ରାତ୍ରି
ସର୍ବେ କର୍ମେ ହେବେ ରତ
ପ୍ରତିଟି ହୃଦୟେ ନିଶ୍ଚେ ପ୍ରୀତି ଭରି ଉଠୁ
ସଂଚାର ହେଉ ଅତ୍ମୀୟତା ।।
ପୂରୁଣା ସ୍ମୃତି ଲୁଚି ରହୁ ଫେରି ଆସୁ
ମଧୁର ସ୍ବାଗତ ନୂଆବରଷକୁ ନିରାଶା, ଘୃଣା ଅହଂକାରକୁ କରି ଦୂରେ
ଆନନ୍ଦେ କୋଳେଇ ନେବା ସଭିଙ୍କୁ ।।