କୋକୋମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେସିଙ୍ଗା, (ମଧୂସୁଦନ ଠାକୁର): ଭବାନୀପାଟଣା-ବଲାଙ୍ଗୀର ଜାତୀୟ ରାଜପଥ ୨୬ର କୋକମୁଣ୍ଡା ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ ଭବାନୀପାଟଣା ପଟୁ କେସିଙ୍ଗା ଅଭିମୁଖେ ଏକ ଆପାଚି ବାଇକ (ଓଡି ୧୫ ଏଲ ୧୨୫୫)ରେ ତିନି ଜଣ ଆସୁଥିବା ସମୟରେ କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ପାଖ ପେଟ୍ରୋଲ ପମ୍ପ ବୁଲାଣି ନିକଟରେ ଭାରସାମ୍ୟ ହରାଇ ତାଳ ଗଛରେ ପିଟି ହୋଇ ଯାଇଥିଲେ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ପଡିଛନ୍ତି । ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ପର୍ସରୁ ଠିକଣା ସମ୍ବଲପୁରର ନିଶାନ୍ତ ଦାଶ ଏବଂ ସେ ଟିଟିଲାଗଡରେ ଏଓ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ଆଉ ଜଣେ ମୃତକ ଓମ ପ୍ରକାଶ ଶରାଫ ବୋଲି ଜଣାପଡିଛି । ଆହତ ଜଣକ ଧର୍ମଗଡ଼ ବେହେରା ଅଞ୍ଚଳର ଅଶୋକ ନାଏକ ବୋଲି ଚିହ୍ନଟ ହୋଇଛନ୍ତି । ତେବେ ସେମାନେ ତାଳ ଗଛ ଗଛରେ ଏତେ ଜୋରରେ ପିଟି ହୋଇଛନ୍ତି ଯେ ସେମାନଙ୍କ ଚେହେରା ସଂପୁର୍ଣ ମାତ୍ରାରେ ଚିହ୍ନି ହେଉନାହିଁ । କିଏ ଓମ ପ୍ରକାଶ ଏବଂ କିଏ ନିଶାନ୍ତ ଚେହେରାରୁ ଚହ୍ନିବା ମୁସ୍କିଲ ହୋଇଛି । ଘଟଣା ସ୍ଥଳରେ ଉତ୍କେଲା ଓ କେସିଙ୍ଗା ପୋଲିସ ପହଞ୍ଚି ଶବମାନଙ୍କୁ କେସିଙ୍ଗା ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଆହତ ଅଶୋକଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି ‌।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.