କାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କଲେ ଉଲ୍ଲାସିନୀ ସାହୁ

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେସିଙ୍ଗା ବ୍ଲକର ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି । ଗତ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ୨୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ୨୨ରେ ଯାଞ୍ଚ ଏବଂ ଜାନୁଆରୀ ୨୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ ହେବ । ଏହି କ୍ରମରେ କେସିଙ୍ଗା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରାମ ପଞ୍ଚାୟତ କାଣ୍ଡେଲର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଉଲ୍ଲାସିନୀ ସାହୁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସ୍ବାମୀ ଅବସରପ୍ରାପ୍ତ ବିଏସଏଫ ଯବାନ ସହଦେବ ସାହୁ ଓ ସମର୍ଥକମାନେ ଉପସ୍ଥିତ ଥିଲେ । କାଣ୍ଡେଲ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ଆଗଭର ହୋଇଥିବା ଉଲ୍ଲାସିନୀ ସାହୁଙ୍କ ଉପରେ ମହିଳା ଏବଂ ସବୁ ବର୍ଗର ଲୋକଙ୍କ ସମର୍ଥନ ଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.