କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ଗ୍ରାମପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ସୌମ୍ୟ ରଂଜନ ଅଗସ୍ତି । ଦିର୍ଘ ବର୍ଷ ହେଲା ସାମ୍ବାଦିକତା କରୁଥିବା ଶ୍ରୀ ଅଗସ୍ତି ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରି ରାଜନିତିରେ ପାଦ ଥାପିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରସ୍ଥାବକ ସୁରେଶ ଚନ୍ଦ୍ର ବାଗ ଓ ସମର୍ଥକ ଗିରିଧାରୀ ବାରିକ ଉପସ୍ଥିତ ଥିଲେ । ବିଗତ ଦିନରେ ଅଞ୍ଚଳର ଅନେକ ସମସ୍ୟା ଓ ଗରିବ ଲୋକଙ୍କ ସ୍ୱରକୁ ନିଜର କଲମ ମୁନରେ ଲୋକଲୋଚନକୁ ଆଣି ପ୍ରସଂଶା ସାଉଁଟିଥିବା ସାମ୍ବାଦିକ ଶ୍ରୀ ଅଗସ୍ତିଙ୍କୁ ନିଜ ଗ୍ରାମପଞ୍ଚାୟତରେ ବିପୁଳ ସମର୍ଥନ ରହିଛି । ସେ ନିର୍ବାଚନରେ ବିଜୟୀ ହେଲେ ମହାଲିଙ୍ଗ ଅଞ୍ଚଳର ରାସ୍ତା, ପାଣି, ବିଜୁଳୀ, ବିଧବା ଓ ବୁଢାବୁଢୀଙ୍କ ଭତ୍ତା, ରାସନକାର୍ଡ ତଥା ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ସମାଧାନ କରିବା ସହିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି ।