ମ.ରାମପୁର ବ୍ଲକ: ଚତୁର୍ଥ ଦିନରେ ୯୮ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଜି ଚତୁର୍ଥ ଦିନରେ ଏହି ବ୍ଲକରେ ସରପଞ୍ଚ ପଦ ପାଇଁ ୯, ସମିତି ସଭ୍ୟ୨୪ ଓ ୱାର୍ଡ଼ ସଭ୍ୟ ୬୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହେଇଥିବାବେଳେ ଆଜି ବି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଗାଁରୁ ଗ୍ରାମ ପଞ୍ଚାୟତ ସବୁଠି ପ୍ରାର୍ଥୀମାନେ ନିଜ ନିଜର ହାତଗଣତି ସମର୍ଥକଙ୍କୁ ନେଇ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରସ୍ତୁତ କରିବା ସହିତ ନାମାଙ୍କନ ପାଇଁ ଆସୁଥିଲେ । ତେବେ ଶେଷ ଦିନରେ ପ୍ରାର୍ଥୀ ପତ୍ର ସଂଖ୍ୟା ସବୁଦିନଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ଏବଂ ଏଥିସହିତ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଦିନ ହେବ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.