କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ସୀମାନ୍ତ ପଞ୍ଚାୟତ ରେ ପ୍ରଗତି ର ସାଥୀ ହେଉଛନ୍ତି ଶୁକଦେବ ସାହୁ । ଜଣେ ଉଚ୍ଚାଭିଳାଷୀ ଯୁବକ ଏବେ ପଂଚାୟତ ରାଜନୀତି ରେ । ମ.ରାମପୁର ବ୍ଳକର ମୋହନ ଗିରୀ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ଶୁକଦେବ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ନିଜ ସମର୍ଥକଙ୍କ ଗହଣରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଶ୍ରୀ ସାହୁ ଗ୍ରାମ ପଞ୍ଚାୟତର ସର୍ବକାଳୀନ ଉନ୍ନତିକଳ୍ପେ ନିଜର ଉଦ୍ୟମ ଜାରୀ ରଖିବେ ବୋଲି କହିବା ସହିତ ତାଙ୍କପ୍ରତି ସାଧାରଣଲୋକଙ୍କ ବିଶ୍ୱାସକୁ ପାଥେୟ କରି ସେ ବିକାଶ ପଥର ସହଯାତ୍ରୀ ହେବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।ଉଲ୍ଲେଖ ଥାଉ କି, ସେ ବନ ସୁରକ୍ଷାରେ ଉନ୍ନତମାନର ଅବଦାନ ପାଇଁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ସହ ଯୁକ୍ତ ତିନି ମହାବିଦ୍ୟାଳୟ, ମୋହନଗିରୀ ର ସମ୍ପାଦକ ଦାୟିତ୍ୱ ସହ ଧବଳେଶ୍ଵର କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି, କ୍ରିୟା ଯୋଗ ଏକାଡେମୀ ମୋହନଗିରୀ ର ସଂପାଦକ, ବ୍ଲକ ଜଙ୍ଗଲ ମଞ୍ଚ, ମ.ରାମପୁରର ସମ୍ପାଦକ ଭଳି ବିଭିନ୍ନ ଅନୁଷ୍ଠାନରେ ରହି ଅନେକ ଜନ ମଙ୍ଗଳ କାର୍ଯ୍ୟ ସମ୍ପାଦନ କରିଛନ୍ତି ।