● କୂଅରୁ ମାଁ ପୁଅଙ୍କୁ ଉଦ୍ଧାର କଲା ଦମକଳ ବାହିନୀ
ନୂଆପଡା: ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ନିଜ କୂଅ ପାଖରେ ବସିଥିଲେ ।ଭାରସାମ୍ୟ ହରାଇ ହଠାତ୍ କୂଅରେ ପଡି ଯାଇ ଥିଲେ । ତେବେ ତାଙ୍କ ପୁଅ ସତ୍ୟନାରାୟଣ ମାଁ’ଙ୍କୁ ଉଦ୍ଧାର କରିବାକୁ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡିଥିଲେ । କୂଅ ଭିତରେ ଉଭୟ ମାଁ ଓ ପୁଅ ଅଧା ଘଣ୍ଟା ଧରି ଫସି ରହିଥିଲେ । ପରେ କୋମନା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମାଁ ଓ ପୁଅ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ବର୍ତମାନ ଉଭୟ ମାଁ ଓ ପୁଅ ସୁସ୍ଥ ଅଛନ୍ତି ।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in