କଳାହାଣ୍ଡି: ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ଠାରେ ଆଜି ନିଜର ପ୍ରଚାର ଅଭିଯାନ ଜାରି ରଖିଥିଲେ ସରିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଓମପ୍ରକାଶ ଛତ୍ରିଆ । ସେ ଟୋଲବ୍ରାହ୍ମଣୀର ଘରକୁ ଘର ଯାଇ ଗୁରୁଜନଙ୍କ ଆଶିଷ ସହ ଭୋଟ ଭିକ୍ଷା କରିଛନ୍ତି । ପ୍ରଥମକରି ରାଜନୀତି ମଇଦାନରେ ପାଦ ଥାପିଥିବା ଓମପ୍ରକାଶ ପୂର୍ବରୁ ଟୋଲବ୍ରାହ୍ମଣୀ ସମେତ ସରିଆଁ ପଞ୍ଚାୟତବାସୀଙ୍କ ସହ ଉତ୍ତମ ସଂପର୍କ ରକ୍ଷା କରି ଆସିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ଯୁବକ, ନମ୍ର ସ୍ବଭାବଯୁକ୍ତ ତଥା ଉତ୍ତମ ଗୁଣର ଅଧିକାରୀ ହୋଇଥିବାରୁ ତାଙ୍କ ପ୍ରତି ଏହି ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ସମର୍ଥନ ରହିଥିବା ଜଣାପଡିଛି । ଭୋଟ ପ୍ରଚାର ସମୟରେ ତାଙ୍କୁ ଟୋଲବ୍ରାହ୍ମଣୀବାସୀ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖାଯାଇଥିଲା । ସରିଆଁ ପଞ୍ଚାୟତବାସୀଙ୍କ ସେବା ସହ ଏହି ପଞ୍ଚାୟତର ବିକାଶ ପାଇଁ ଅଣ୍ଟା ଭିଡିଥିବା ଏହି ଯୁବ ନେତୃତ୍ବଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ପଞ୍ଚାୟତର ଅନେକ ସାଧାରଣ ଜନତା ମତ ବ୍ୟକ୍ତ କରିଛନ୍ତି । ଲୋକଙ୍କ ନିବିଡ ଭଲପାଇବା ଓ ଆଶିର୍ବାଦ ଓମପ୍ରକାଶଙ୍କ ନିର୍ବାଚନୀ ଯୁଦ୍ଧର ମୁଖ୍ୟ ଆୟୁଧ ହେବବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।