ଦୁଇ କୃତୀ ଛାତ୍ରୀଙ୍କ ସଫଳତାକୁ ନେଇ କୃତଜ୍ଞତା ଜଣାଇଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟ ନିକେତନର ଛାତ୍ରୀ ସ୍ବଂସଂ ପ୍ରଜ୍ଞା ଦାସ ପଞ୍ଚମ ଶ୍ରେଣୀରେ ୭୦ % ମାର୍କ ରଖି ଅଗ୍ରୀମ ଲାଭ କରି ବିଦ୍ୟାଳୟ ନାମକୁ ଉଚ୍ଚ କରିଥିବାର ବିଦ୍ୟାନିକେତନ ପରିଚାଳନା କମିଟିର ମୁଖ୍ୟ ପ୍ରସନ୍ନ ଗୋଚ୍ଛାୟତ ସୂଚନା ଦେଇଛନ୍ତି । ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୪୨ ମୌଜା ବେଣ୍ଟାକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିପ୍ତିମୟୀ ସାହୁ ୯୦ % ମାର୍କ ରଖି କଟକ ସଦରରେ ଅଗ୍ରୀମ ସ୍ଥାନ ଲାଭ କରି ବୃତ୍ତି ପାଇ ବିଦ୍ୟାଳୟ ସହିତ ୪୨ ମୌଜା ନାମକୁ ଉଚ୍ଚ କରିଥିବା ବିଷୟକୁ ନେଇ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଦୁଇ ଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.