ଆଉ ନାହାନ୍ତି ସଫଳ କୃଷକ ନନ୍ଦ କିଶୋର ବେହେରା, ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଅନ୍ତର୍ଗତ କନ୍ଦରପୁରର ଯୁବନେତା ସମାଜସେବୀ ନିରଞ୍ଜନ ବେହେରାଙ୍କ ପିତା ନନ୍ଦ କିଶୋର ବେହେରାଙ୍କ ଦ୍ୱାଦଶହରେ ଶ୍ରଦ୍ଧାଞ୍ଜଳୀ ସଭା ସରସ୍ୱତୀ କଳା ପରିଷଦ ତରଫରୁ ଆୟୋଜିତ ହୋଇଯାଇଛି । ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଉକ୍ତ ସଭାକୁ ଆରମ୍ଭ କରି ସ୍ଵର୍ଗତ ନନ୍ଦ କିଶୋର ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ନନ୍ଦ ଭାଇ ଜଣେ ଭଲ ମଣିଷ ଥିଲେ । ସେ କୃଷିକୁ ଓ କୃଷକକୁ ଭଲ ପାଇନ୍ତି । କୃଷି ପଣ୍ଡିତ ସ୍ଵର୍ଗତ ଦେବେନ୍ଦ୍ର ଓତାଙ୍କ ପ୍ରେରଣାରେ ନନ୍ଦ ଭାଇ ଜଣେ ସଫଳ ଚାଷୀ ହୋଇଥିଲେ । ଏହାସହ ସେ ଜଣେ ଦରଦୀ ମଣିଷ ଭାବେ ପରିଚିତ ଥିଲେ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ଉକ୍ତ ସଭାରେ ସ୍ବର୍ଗତ ନନ୍ଦ କିଶୋରଙ୍କ ବୋହୁ ସଙ୍ଗୀତା ବେହେରା, ଚିନ୍ତାମଣି ସାହୁ, ପ୍ରତାପ ରାଉତ, ରନେଶ ସାହୁ, ଜ୍ୟୋତି ରଞ୍ଜନ ପ୍ରଧାନ, ପ୍ରଶାନ୍ତ ରାଉତ, ଶୁଭକାନ୍ତ ଓତା, ଅମରଜିତ୍ ଓତା, ଦୀନବନ୍ଧୁ ପଣ୍ଡା, ତାପସ ସ୍ୱାଇଁ, ସଞ୍ଜୟ ହାତୀ, ସନ୍ତୋଷ କୁମାର ହାତୀ, ଜିତେନ୍ଦ୍ର ସାହୁ, ଅଭିଜିତ ଓତା, ଧୀରେନ୍ଦ୍ର ପ୍ରଧାନ, ପ୍ରିୟରଞ୍ଜନ ରାଉତ, ଗୀତିକାର ଅମିୟ ରଞ୍ଜନ ପଟ୍ଟନାୟକ, ଚନ୍ଦନ ବାରିକ, ସାରଦା ପ୍ରସନ୍ନ ସ୍ବାଇଁ, ରଞ୍ଜନ ମହାନ୍ତ, ମାନସ ରଞ୍ଜନ ରଣା, ସିତାଂଶୁ ତରାଇ, ରଶ୍ମି ରଞ୍ଜନ ପଟ୍ଟନାୟକ, ପ୍ରଭାତ କୁମାର ପ୍ରଧାନ, କନ୍ଦରପୁର ଗ୍ରାମ କମିଟିର ସଭାପତି ଅଜୟ ପ୍ରଧାନ, ସମ୍ପାଦକ ଦୀପକ ସାହୁ କୋଷାଧ୍ୟକ୍ଷ କାଳନ୍ଦୀ ସାହୁ ଓ ସମାଜ ସେବୀ ଓମ୍ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.