ୟୁକ୍ରେନ୍‌ର ଦାବି: ରୁଷିଆ ପକ୍ଷରୁ ସିରିଆର ଯୋଦ୍ଧାଙ୍କୁ ସାମିଲ କରାଯାଇଛି

ଓଡ଼ିଆ ବାର୍ତ୍ତା/ କିବ୍: ଫେବ୍ରୁଆରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ରୁଷ । ବର୍ତ୍ତମାନ ସୁଦ୍ଧା ସଂଘର୍ଷ ଜାରି ରହିଥିବାବେଳେ ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ୍‌ର ଦାବି ଯେ, ରୁଷିଆ ପକ୍ଷରୁ ସିରିଆର ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ସେମାନଙ୍କୁ ୟୁକ୍ରେନ୍ ସୀମାରେ ପ୍ରଶିକ୍ଷଣ ଦିଆଯାଇଛି । ୟୁକ୍ରେନ୍ ସଶସ୍ତ୍ର ବଳର ଜେନେରାଲ ଷ୍ଟାଫ ଅନୁସାରେ ସିରିଆରେ ସିରିଆରେ ସେନା ଭର୍ତ୍ତି କେନ୍ଦ୍ର ଖୋଲାଯାଇଛି । ଏଠାରେ ୧୦୦୦ ହଜାର ସୈନିକଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରୁ ୪୦୦ ସୈନିକ ରୁଷିଆ ପହଞ୍ଚି ସାରିଛନ୍ତି । ୟୁଏନଆଇଏଏନ୍‌ର ଖବରରେ କୁହାଯାଉଛି ଯେ, ରୁଷିଆର ରୋସ୍ତାବ ଓ ଗୋମେଲ ଅଞ୍ଚଳରେ ୟୁକ୍ରେନ୍‌ର ସୀମା ନିକଟରେ ରଖିବା ଓ ତାଲିମ ପାଇଁ ଶିବିର ବ୍ୟବସ୍ଥା କରାଯାଇଛି । କୁହାଯାଉଛି ଯେ, ରୁଷିଆ ସୈନିକ ୟୁକ୍ରେନ୍ ବିରୋଧରେ ଯୁଦ୍ଧ କରିବାକୁ ନିଜ ଅଞ୍ଚଳରେ ଅସ୍ତ୍ର ଜମା କରିବାରେ ବ୍ୟସ୍ତ ଅଛନ୍ତି । ୟୁକ୍ରେନ୍‌ର ସଶସ୍ତ୍ର ବଳ ଅନୁସାରେ ସିରିଆର ଯୋଦ୍ଧାମାନଙ୍କୁ ଟିମ୍ ଗଠନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.