ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ଦାଇତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଦାଇତ୍ୱ ଭାର ଗ୍ରହଣ କରିଛନ୍ତି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ । ଗତ ୧୧ରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜୟ ଘୋଷିତ ହେବାପରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ ଉପରୋକ୍ତ ଦିନ ପ୍ରଥମ କରି ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଫିସକୁ ଆସିବା ସହ ନାଏବ ସରପଞ୍ଚ ନିର୍ବାଚନରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲାରୋଡ ୱାର୍ଡର ୱାର୍ଡ ସଭ୍ୟା ଶ୍ରୀମତୀ ସୁମିତ୍ରା ଓଝା ନାଏବ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ତେବେ ବୁଧବାର ସର୍ଗିଗୁଡା ସରପଞ୍ଚ ଭାବରେ ଦାଇତ୍ୱ ଭାର ଗ୍ରହଣ କରିଛନ୍ତି ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ । ଏକ ଭବ୍ୟ ପରିବେଶ ମଧ୍ୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଜନସାଧାରଣଙ୍କ ଉପସ୍ଥିତିରେ ଦାଇତ୍ୱ ଭାର ଗ୍ରହଣ କରିଥିଲେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ । ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ ତାଙ୍କୁ ସ୍ୱାଗତ କରି ପାଛୋଟି ଆଣି ସରପଞ୍ଚ ଆସନରେ ଆସୀନ କରାଇବା ସହିତ ଆବଶ୍ୟକୀୟ ବିଭିନ୍ନ ଫାଇଲରେ ଦସ୍ତଖତ କରାଇଥିଲେ । କରୋନା ସମୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଗରୀବ ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷ ଧରି ପାଠପଢାରୁ ବଞ୍ଚିତ ରହିଛନ୍ତି । ବିଦ୍ୟାଳୟ ବନ୍ଦ ଯୋଗୁଁ ଶ୍ରେଣୀ ଗୃହ ଶିକ୍ଷାରୁତ ବଞ୍ଚିତ ହୋଇଥିଲେ । ଏହାବାଦ୍ ସେମାନଙ୍କ ପାଇଁ ଅନ୍ ଲାଇନ୍ ଶିକ୍ଷା ଦାନର ବ୍ୟବସ୍ତା ନଥିଲା । ଫଳରେ ପାଠ ପଢାରୁ ବଞ୍ଚିତ ରହିଥରଲେ ଛାତ୍ରଛାତ୍ରୀ । ସେମାନଙ୍କୁ ଆଗକୁ ଆଣିବା ପାଇଁ ସ୍ୱତନ୍ତ୍ର ଭାବରେ ଶିକ୍ଷାଦାନର ବ୍ୟବସ୍ଥା କରାଇବା, ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ଅନେକ ଛକ, ରାସ୍ତାଘାଟ ଘନ ଅନ୍ଧାରରେ ବୁଡି ରହୁଛି । ସେ ସବୁରେ ଆଲୋକି କରଣର ବ୍ୟବସ୍ଥା କରିବାକୁ ମୁଁ ପ୍ରାଥମିକ ଦେବା ସହ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ କାମ କରିବି । ସର୍ଗିଗୁଡା ଅଞ୍ଚଳବାସୀ ଜନସାଧାରଣଙ୍କ ସହିତ ସବୁ ସମୟରେ ସାଙ୍ଗରେ ରହି ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହେବି ବୋଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.